ଭୁଲ ତଥ୍ୟ ଦେଉଥିବା ଅଭିଯୋଗରେ ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍

0

ନୂଆଦିଲ୍ଲୀ: ଭୁଲ ତଥ୍ୟ ଦେଉଛି ଉଇକିପିଡିଆ । ଏଭଳି କିଛି ଅଭିଯୋଗ ଆସିଛି । ଏହା ପରେ ଉଇକିପିଡିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର । ଏହାସହ ନୋଟିସ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି ।  ୱିକିପିଡିଆ ହେଉଛି ଏକ ଅନଲାଇନ୍ ଏନସାଇକ୍ଲୋପିଡିଆ। ଏଥିରେ ଯେ କେହି ଲେଖି ପାରିବେ, ସଂପାଦନା କରିବେ। ୱିକିପିଡିଆ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏବେ ଏକ ମାମଲା ଚାଲିଛି। ଏହି ମାମଲା ରୁଜୁ କରିଛି ଏଏନଆଇ।

ସୂଚନା ଅନୁଯାୟୀ, ସରକାର ଉଇକିପିଡିଆକୁ  ଏକ ଚିଠି ପଠାଇ ମଧ୍ୟସ୍ଥି ପରିବର୍ତ୍ତେ  ପ୍ରକାଶକ ଭାବରେ  କାହିଁକ ଶ୍ରେଣୀଭୁକ୍ତ  କରାଯିବ ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ।  ତେବେ ସରକାର କିମ୍ବା ଉଇକିପିଡିଆ  ଏପର୍ଯ୍ୟନ୍ତ ଏବାବଦରେ କୌଣସି ପ୍ରକାରର  ସରକାରୀ ବିବୃତ୍ତି ଦେଇନାହାନ୍ତି । ଇଣ୍ଟନେଟ ଏନସାଇକ୍ଲୋପିଡିଆକୁ  ଲେଖିଥିବା  ଏକ ପତ୍ରରେ ସରକାର ଦର୍ଶାଇଛନ୍ତି ଯେ ସମ୍ପାଦକଙ୍କର ଏକ ଛୋଟ ଗୋଷ୍ଠୀ ବିଷୟବସ୍ତୁ ଉପରେ ପୂରା ନିୟନ୍ତ୍ରଣ ରଖୁଥିବା ଜଣାପଡୁଛି। ଯେଉଁଥିପାଇଁ ଏହା ନିରପେକ୍ଷ ନୁହେଁ। ଉଇକିପିଡ଼ିଆରେ ପ୍ରକାଶିତ ସୂଚନା ସମ୍ବନ୍ଧରେ ବେଳେବେଳେ ଏଥିରେ ତ୍ରୁଟି ଦେଖାଯାଏ, ଯାହା ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏହାକୁ ନେଇ ମଧ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି।