ଅସ୍ତରଙ୍ଗ / ଆର୍ଯ୍ୟ ବିଶ୍ୱାଳ: ଦିନକୁ ଦିନ ବଢ଼ି ଚାଲିଛି ଅପପୃଷ୍ଟି ରୋଗ, ଗ୍ରାମାଞ୍ଚଳ ରେ ଅନେକ ଲୋକ ଏହି ରୋଗ ର ଶିକାର ହେଉଛନ୍ତି । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅପପୃଷ୍ଟି ରୋଗ କୁ ରୋକ ଲଗାଇବା ପାଇଁ ଏକ ପୋଷଣ ଦିବସ ପାଳନ କରେଇବାକୁ ପରାମର୍ଶ କରିଛନ୍ତି । ସେହି ଉଧେଶ୍ୟ ରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ଏହି ପୋଷଣ ଦିବସ ପାଳନ କରାଯାଉଛି । କେନ୍ଦ୍ରାପଟି ପଞ୍ଚାୟତ ରେ ଏହି ପୋଷଣ ମାସ କୁ ନେଇ ମାଣ୍ଡିଆ ରାଲି ଅନୁଷ୍ଠିତ ହେଇଛି । ଶରୀର ରେ ଆବଶ୍ୟକ ପୃଷ୍ଟି, ଆଇରନ, ଶକ୍ତି କୁ ପହଞ୍ଚେଇ ବାରେ ମାଣ୍ଡିଆ ର ଏକ ସ୍ୱତନ୍ତ୍ର ଭୂମିକା ରହିଛି, କିନ୍ତୁ ଏହି ମାଣ୍ଡିଆ ପୁରୁଣା ସମୟ ରେ ଯେପରି ବହୁଳ ବ୍ୟବହାର ହେଉଥିଲା କିନ୍ତୁ ଆଜି ହଜିବାକୁ ବସିଛି, ଏହି ସମୟ ରେ ମାଣ୍ଡିଆ ର ଉପକାରିତା କୁ ବିଭିନ୍ନ ଅଂଚଳ ରେ ପହଞ୍ଚେଇବା ପାଇଁ କେନ୍ଦ୍ରାପଟି ଅଂଚଳ ରେ ଅଙ୍ଗନବାଡି କର୍ମୀ ଙ୍କ ସହାୟତା ରେ ଶିଶୁ ଓ ବାଳିକା ମାନେ ଏକତ୍ରିତ ହୋଇଥିଲେ, ଆଉ ଏକ ପଦଯାତ୍ରା ରେ ମାଣ୍ଡିଆ ର ଉପକାରିତା କୁ ନେଇ ସଚେତନତା କରାଇଥିଲେ । ଗର୍ଭବତୀ ମହିଳା, ଶିଶୁ, ବାର୍ଦ୍ଧକ୍ୟ ଲୋକ, କିପରି ମାଣ୍ଡିଆ କୁ ପୋଷଣ ଭାବେ ଗ୍ରହଣ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବେ ସେଥିପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି । ତା ସହିତ ହ୍ୟାଣ୍ଡୱାସ କୁ ବ୍ୟବହାର କରି ହାତ କୁ ପରିଷ୍କାର କରିବା ପାଇଁ ଏକ ଟ୍ରେନିଂ ଦିଆଯାଇଛି । ଆଉ ପୋଷଣ ଅଭାବ ରେ ରାଜ୍ୟ ରେ କିପରି ଅପପୃଷ୍ଟି ନରହିବ ସେଥିପାଇଁ ସମସ୍ତେ ଆଗାମୀ ଦିନ ରେ ଘରେ ଘରେ କିପରି ପହଞ୍ଚେଇବେ ତାହା ପାଇଁ ଶପଥ ନେଇଥିଲେ ଅଙ୍ଗନବାଡି କର୍ମୀ ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପୋଷଣ ଖାଦ୍ୟ ସହିତ ମାଣ୍ଡିଆ ରେ ନିର୍ମିତ ପୀଠା, ଖିରି, ପକୋଡ଼ି ଆଉ ଅନ୍ୟ ମାଣ୍ଡିଆ ପ୍ରସ୍ତୁତି ସାମଗ୍ରୀ କୁ ଉପସ୍ଥାପନା କରାଇଥିଲେ ଅଙ୍ଗନବାଡି କର୍ମୀ ।