ସତ୍ୟନଗର ଶ୍ମଶାନରେ ହେବ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ସତ୍ୟନଗରରେ ହେବ ଶେଷ କୃତ୍ୟ । ଆଜି ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର । ଏହାପରେ ଭୁବନେଶ୍ୱର ସ୍ଥିତ ବାସଭବନକୁ ଆସିବ ମର ଶରୀର । ସେଠାରେ ଶେଷ ଦର୍ଶନ ପାଇଁ ସେଠାରେ ୩ରୁ ୪ ଘଣ୍ଟା ରହିବ ମରଶରୀର । ପରେ ସେତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ । ତେବେ ସ୍ୱାମୀଙ୍କୁ ହରାଇ ମେଦାନ୍ତ ହସ୍ପିଟାଲରୁ ପେରିଛନ୍ତି ଅପରାଜିତା । ଛାତିରେ କୋହ ଓ ଆଖିରେ ଲୁହକୁ ଚାପି ଧରି ଫେରୁଛନ୍ତି ଅପରାଜିତା । ତାଙ୍କୁ ଶାନ୍ତ୍ୱନା ଜଣାଇବାକୁ ଘରେ ବନ୍ଧୁ ଓ ପ୍ରିୟଜନଙ୍କ ଭିଡ ଦେଖିବାକୁ ମିଳୁଛି ।