ନିଯୁକ୍ତି ଘୋଟାଲା : ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ

ଭୁବନେଶ୍ଵର: ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ । ନିଯୁକ୍ତି ଜାଲିଆତି ନେଇ ସିବିଆଇର ଚଢ଼ାଉ । ଭୁବନେଶ୍ବର ଏମ୍‌ସ ସମେତ ଏକାଧିକ ସ୍ଥାନରେ ଚଢ଼ାଉ । ଭୁବନେଶ୍ବର କଳ୍ପନା ସ୍ଥିତ ଏକ ଫ୍ଲାଟ୍‌ ଓ ଜଗତସିଂହପୁରରେ ମଧ୍ୟ ଚାଲିଛି ଚଢ଼ାଉ । ଚଢ଼ାଉ କରି ବିପୁଳ କାଗଜପତ୍ର ଜବତ କରିଛି ସିବିଆଇ । ତେବେ ନିଯୁକ୍ତି ସ୍କାମ୍ ଅଭିଯୋଗରେ ଭୁବନେଶ୍ଵର ସ୍ଥିତ ଏମ୍ସରେ ଚଢ଼ାଉ ହୋଇଛି । ଜାଲ୍ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗରେ ଚଢ଼ାଉ । ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ CBI ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜାଣିବାକୁ ପାଇଥିଲା । ଏହି ମାମଲାରେ ଆଜି CBI ଟିମ୍ ଚଢ଼ାଉ କରିଛି । କହିରଖୁଛୁ ଯେ, ଏହା ପୂର୍ବରୁ ମଧ୍ୟ ସମାନ ଅଭିଯୋଗରେ ଗତ ଫେବୃଆରୀ ୧୯ରେ ଏମ୍ସରେ ସିବିଆଇ ଚଢାଉ କରିଥିଲା ।