ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପିଛା ଛାଡିବାର ନାମ ନେଉ ନାହିଁ ବିବାଦ । ପିଏନବିର ମୁଖ୍ୟ ପରିଚାଳକ ସନ୍ତୋଷକୃଷ୍ଣ ଅନ୍ନଭରପୁଙ୍କ ଅଭିଯୋଗ ପାଇବା ପରେ ସିବିଆଇ ଆଇପିସିର ଧାରା ୪୨୦ ଏବଂ ୧୨୦ (ବି) ଅଧୀନରେ ମାମଲା ରୁଜୁ କରିଛି। ଏଫଆଇଆର ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ କମ୍ୟୁନିକେସନ୍ସ ୨୦୧୩ ମସିହାରୁ ୨୦୧୭ ମଧ୍ୟରେ ବ୍ୟାଙ୍କକୁ ଠକିଥିବା ଅଭିଯୋଗ ହୋଇଛି । ପିଏନବି କମ୍ପାନୀ ଉପରେ ଅଭିଯୋଗ କରିଛି ଯେ ସେ ପରିଶୋଧର କୌଣସି ଉଦ୍ଦେଶ୍ୟ ବିନା ଋଣ ନେଇଛନ୍ତି । ବ୍ୟାଙ୍କ ଦାବି କରିଛି ଯେ ରିଲାଏନ୍ସ କମ୍ୟୁନିକେସନ୍ସ ପାଣ୍ଠିକୁ ଅନ୍ୟତ୍ର ପଠାଇଛନ୍ତି । ଯାହା ଦ୍ୱାରା ଆର୍ଥିକ କ୍ଷତି ହୋଇଛି ଏବଂ ବିଶ୍ୱାସ ଭଙ୍ଗ ହୋଇଛି । ଏଫଆଇଆରରେ ଅନିଲ ଅମ୍ବାନୀ, ମାଜାରି କାକର, ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଅନ୍ୟାନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ନାମ ରହିଛି ।