କୋଭିଡ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ସ୍ୱତନ୍ତ୍ର ନିର୍ଦେଶାବଳୀ ଜାରି ହୋଇଛି । କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଏହା ସହ ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ ଗୁରୁତର ରୋଗ ରହିଥିବା ଲୋକେ ରଥଯାତ୍ରାକୁ ଆସିବାକୁ ବାରଣ କରାଯାଇଛି । ରଥଯାତ୍ରାରେ ଯୋଗ ଦେଉଥିବା ଲୋକେ ମାସ୍କ ପିନ୍ଧିବା ଓ ହାତ ଧୋଇବା, ସ୍ଵଛ ପିଇବା ପାଣି ପିଇବାକୁ ଗୁରୁତ୍ୱାରୋପ ହୋଇଛି । ରଥଯାତ୍ରା ପାଇଁ କୋଭିଡ ବେଳେ ପୁରୀରେ ଯେଉଁ ଆଇସିୟୁ ଥିଲା ତାକୁ କାର୍ୟ୍ୟକ୍ଷମ କରାଯାଉଛି । ଏହାର ତଦାରଖ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । କେବଳ ସେତିକି ନୁହେଁ ପୁରୀ ହସ୍ପିଟାଲର ଶଯ୍ୟା ଓ ଡାକ୍ତର ସଂଖ୍ୟା ବୃଦ୍ଧି କରିବାକୁ ପଦକ୍ଷେପ । ସମସ୍ତ ଯନ୍ତ୍ରପାତି, ଆଇସିୟୁ ଠିକ ରଖିବା ସହ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଅମରେନ୍ଦ୍ର ନାଥ ମହାନ୍ତି ସୂଚନା ଦେଇଛନ୍ତି ।