ଲାଞ୍ଚନେଇ ଧରାହେଲେ

ପୋଲିସ୍ SI ଙ୍କୁ ଧରିଲା ଭିଜିଲାନ୍ସ

ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଇସାରିଲା ପରେ ମଧ୍ୟ ଏ ସରକାରୀ ବାବୁ ମାନଙ୍କର ଅଧିକ ପାଇବାର ଭୋକ ମେଣ୍ଟୁନଥିବା ଦେଖିବାକୁ ମିଳୁଛି । ଯେଉଁ ସରକାରି ବାବୁ ଦେଖନ୍ତୁ ସମସ୍ତେ ଭୋକିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାରେ, କାର୍ଯ୍ୟରତ ସବ୍ ଇନ୍ସପେକ୍ଟର ବିକ୍ରମ କିଶୋର ଦେହୁରୀ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଅଭିଯୋଗ ଅନୁସାରେ ସେ ବବଡା ଗାଁର କରୁଣାକର ନାଏକଙ୍କ ଠାରୁ ଜବତ ବାଇକ୍ ରିଲିଜ୍ କରିବା ପୂର୍ବରୁ ୨୦ ହଜାର ଟଙ୍କା ନେଇଥିଲେ । ପରେ କୋର୍ଟ ଅର୍ଡର ଦେଖାଇବା ସତ୍ତ୍ୱେ ଆହୁରି ୧୫ ହଜାର ଟଙ୍କା ଦେବାକୁ କହିଥିଲେ। କରୁଣାକର ଏ ନେଇ ବୌଦ୍ଧ ଭିଜିଲାନ୍ସକୁ ଜଣାଇବା ପରେ, ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବାଉଁସୁଣୀ ଥାନା ଅଂଚଳରେ ଛପି ରହିଥିଲା । ଫୋନପେ ଯୋଗେ ଲାଞ୍ଚ ଟଙ୍କା ନେଣଦେଣ ବେଳେ, ସବଇନସପେକ୍ଟରଙ୍କୁ ବିକ୍ରମଙ୍କୁ ମାଡ଼ି ବସିଥିଲା । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ଏବଂ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।