ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । କିନ୍ତୁ ମ୍ୟାଚକୁ ନେଇ କୋର୍ଯରେ ରୁଜୁ ହୋଇଛି ମାମଲା । ଖେଳାଳୀଙ୍କ ସୁରକ୍ଷା ଏବଂ କୋରୋନା କଟକଣାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ବିସିସିଆଇ । ସମସ୍ତ ପ୍ରସ୍ତୁତି ପରେ ମଧ୍ୟ ଷ୍ଟାଡିୟମରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ବିରୋଧରେ ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ଧୀରଜ କୁମାର ଝଡଖଣ୍ଡ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ କିପରି ରାଜ୍ୟ କ୍ରିକେଟ ବୋର୍ଡ କିପରି କରୋନା ସମୟରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛି ସେନେଇ ସବିଶେଷ ଯାଞ୍ଚ ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।
କୋରୋନା ଏସଓପି ପାଇଁ ରାଜ୍ୟରେ ବିବାହ, ବ୍ରତଘରରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯାଉଛି । ସ୍କୁଲରେ ମଧ୍ୟ ମାତ୍ର ୫୦ ପ୍ରତିଶତ ପିଲାଙ୍କୁ ହିଁ ଅନୁମତି ମିଳିଛି । କିନ୍ତୁ ମ୍ୟାଚରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି କିପରି ମିଳିଛି ବୋଲି ସେ ପ୍ରଶ୍ନ କରିିଛନ୍ତି ।