(ଉତ୍ତର ପ୍ରଦେଶ) : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି । ଅନେଇ ସେ ନିଜେ ଆଜି ସକାଳେ ଟୁଇଟ୍ କରି ସୂଚନା ଦେଇଛନ୍ତି। ପଜିଟିଭ ଆସିବା ପରେ ଯାଦବ ନିଜକୁ ଆଇସୋଲେଟ୍ କରିଛନ୍ତି । ସେ କହିଛନ୍ତି, ଏବେ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ନିଜକୁ ନିଜ ସମସ୍ତଙ୍କଠାରୁ ଅଲଗା କରିନେଇଛି। ଘରେ ମୋର ଚିକିତ୍ସା ମଧ୍ୟ ଚାଲିଛି। ଗତ କିଛି ଦିନ ଧରି ଯେଉଁ ଲୋକମାନ ମୋ ଯୋଗାଯୋଗରେ ଆସିଥିଲେ ସେମାନେ ତାଙ୍କର ଟେଷ୍ଟିଂ କରିନିଅନ୍ତୁ। ସେମାନେ କିଛି ଦିନ ଆଇସୋଲେସନରେ ରୁହନ୍ତୁ।
ଉଲ୍ଲେଖନୀୟ ଯେ, ନିକଟରେ ଅଖିଳେଶ ଯାଦବ ଉତ୍ତରାଖଣ୍ଡର ହରିଦ୍ବାରର କୁମ୍ଭମେଳା ଯାଇଥିଲେ। ସେ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ସାକ୍ଷାତ କରିଥିଲେ।ନରେନ୍ଦ୍ର ଗିରିଙ୍କୁ ଅଖିଳେଶ ସକାଳେ ଦେଖା କରିଥିଲେ, ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ଦୁଇ ଦିନ ପରେ ଅଖିଳେଶ କରୋନା ସଂକ୍ରମିତ ହୋଇଛନ୍ତି।