ବେପରୁଆ ହେଲେଣି ସରକାରୀ ବାବୁ । ଗୋଟେପଟେ ସରକାରଙ୍କ ପକ୍ଷରୁ ଲୋକମାନଙ୍କ ସମସ୍ୟର ସାମାଧାନ ପାଇଁ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି । ଲୋକମାନେ ମଧ୍ୟ ଲମ୍ବାଧାଡିକୁ ପାର୍ କରି, ନିଜ ନିଜ ସମସ୍ୟର ସମାଧାନ ପାଇଁ ପ୍ରଶାସନକୁ ଜଣାଇବାକୁ ଧାଇଁ ଆସୁଛନ୍ତି । ହେଲେ ଏହି ଅଭିଯୋଗ ଗୁଡିକର, କେତେ ପରିମାଣରେ ସମାଧାନ କରାଯାଉଛି ତାହା ତ ଦୂରର କଥା । ଏହାକୁ ସରକାରୀ ବାବୁମାନେ, ଠିକ୍ ଭାବରେ ଶୁଣୁଛନ୍ତି କି ନାହିଁ । ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କାରଣ ଲୋକମାନେ ଗୋଡଭାଙ୍ଗି ଛିଡାହୋଇ ଅଭିଯୋଗ ତ କରୁଛନ୍ତି । ହେଲେ ସରକାରୀ ଅଧିକାରୀମାନେ, କେବଳ ମୋବାଇଲରେ ରିଲ୍ସ ଦେଖିବାରେ ଏହି କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି । ଏମିତି କି, ଏହି କାର୍ଯ୍ୟକ୍ରମରେ କେହି କେହି ଅଫିସର ସେମାନଙ୍କ ପ୍ରିୟଜନଙ୍କ ସହ ଫୋନରେ ମଧ୍ୟ ଆଳାପ କରୁଛନ୍ତି । ନା ଏ ବାବୁମାନେ ଭଲ ଭାବରେ ସାଧାରଣ ଲୋକଙ୍କ ସମସ୍ୟ ଶୁଣୁଛନ୍ତି, ନା ଏମାନଙ୍କ ପାଖରେ ସାଧାରଣ ଲୋକଙ୍କ ପାଇଁ ସମୟ ଅଛି । ଆଉ ସମାଧାନର କଥା ତ, ଆହୁରି ଅନେକ ଦୂରରେ । କେବଳ ଫର୍ମାଲିଟି ମେଣ୍ଟେନ ପାଇଁ ବାବୁମାନେ ଚେୟାରରେ ବସି, ସମୟ ଅତିବାହିତ କରୁଛନ୍ତି ।