ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ସଦର ମା ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ଅଶ୍ଵିନୀ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏକ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସାଉଦିଆରବର ରୀୟାଦ ସ୍ଥିତ ସାଉଦି ଇଲେ୍ଟ୍ରୋନିକ୍ସ ବିଶ୍ଵବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡକ୍ଟର ଗଣେଶ ଅଭିମନ୍ୟୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସୋସିଆଲ ମିଡ଼ିଆ ଆପକୁ କିପରି ଶିକ୍ଷଣୀୟ ବିଷୟ ରେ ବ୍ୟବହାର କରାଯାଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସେ ଅବଗତ କରାଇଥିଲେ। ମୋବାଇଲ୍ ରେ କିପରି ବିଭିନ୍ନ ଶିକ୍ଷଣୀୟ ଆପ କୁ ଡାଉନଲୋଡ କରି ଭବିଷ୍ୟତ ଗଠନ କରାଯାଇପାରିବ ସେ ସଂପର୍କ ରେ ପରାମର୍ଶ ଦେଇଥିଲେ। ମୋବାଇଲ୍ ର ଦୁରୁପଯୋଗ ନକରି ସଦୁପଯୋଗ କିପରି କରିପାରିବେ ବୁଝାଇଥିଲେ। କାର୍ଯ୍ୟକ୍ରମ ଟିକୁ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ତ୍ରପାଠୀ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ,ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇ କାର୍ଯ୍ୟକ୍ରମଟି କୁ ସଫଳ ମଣ୍ଡିତ କରିଥିଲେ ।