କଟକ/ସରୋଜ ରାଉତ : କଟକ ବଡ଼ ମେଡିକାଲରୁ ଫେରାର ହେବା ପରେ ଯେଉଁ କାରରେ ହାଇଦର ତେଲେଙ୍ଗାନାକୁ ଖସି ପଳାଇ ଯାଇଥିଲା ସେହି କାରକୁ ମଙ୍ଗଳାବାଗ ପୁଲିସ କଟକ ଆଣିଛି । ଏହି କାରରେ ହାଇଦର କଟକ ଏସସିବିରୁ ଫେରାର ହେବା ପରେ ଓଡିଶାରୁ ତେଲେଙ୍ଗାନା ଫେରାର ହୋଇ ଯାଇଥିଲା । ଗାଡିଟି ସ୍ୱିପ୍ଟ କମ୍ପାନୀର ହୋଇଥିବା ବେଳେ ନଂ ରହିଛି ଓଡି୦୨ଏସ୬୭୭୦ । ଗାଡି ନମ୍ବର ଭୁବନେଶ୍ୱରର ଥିବା ବେଳେ ଏହାର ମାଲିକ ତ୍ରିଲୋଚନ ସାହୁ ଥିବା ଜଣାପଡିଛି । ତେବେ ଆରଟିଓ ତଥ୍ୟରୁ ଗାଡି ମଡେଲ ଆଦି ସ୍ପଷ୍ଟ ହେଉନାହିଁ । ହୁଏତ ଗାଡିର ନମ୍ବର ପ୍ଲେଟ ବଦଳା ଯାଇଛି ବା ଗାଡିରେ କୌଣସି ପରିବର୍ତ୍ତନ କରାଯାଇଛି, ଯାହା ତଦନ୍ତ ପରେ ପୁଲିସ ସ୍ପଷ୍ଟ କରିବ ।
ଗତ ୧୦ ତାରିଖରେ ହାଇଦର ଏସସିବିରୁ ବେଶ ଚତୁରତା ସହ ଫେରାର ହେବାରେ ସକ୍ଷମ ହୋଇଥିଲା । ତେବେ ତେଲେଙ୍ଗାନା ପୁଲିସ ସହଯୋଗରେ କଟକ ପୁଲିସ ହାଇଦରକୁ ଫେରରର ୫ ଦିନ ପରେ ତାକୁ ସେଠାରୁ ଧରିବାରେ ସକ୍ଷମ ହୋଇଥିଲା । ଏହା ପରେ ତାକୁ କଟକ ପୁଲିସକୁ ହାଇଦରର ୭ ଦିନିଆ ରିମାଣ୍ଡ ମିଳିଥିଲା । ତେବେ ହାଇଦର କରୋନା ପଜିଟିଭ ପରୀକ୍ଷା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ପୁଲିସ ତାକୁ ଚୌଦ୍ୱାର ଜେଲକୁ ପଠାଇ ଦେଇଛି । ସେଠାରେ ତାକୁ ଅଲଗା ଆଇସୋଲେସନରେ ରଖାଯାଇଛି ।