ତାଳଦଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

କଟକ ପାରାଦୀପ ରାଜରାସ୍ତାର କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ହିଁ ଗାଡିର ଡ୍ରାଇଭର ସମେତ ଆଗରେ

(ପାରାଦୀପ) : କଟକ ପାରାଦୀପ ରାଜରାସ୍ତାର କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ହିଁ ଗାଡିର ଡ୍ରାଇଭର ସମେତ ଆଗରେ ବସିଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି। ପଛରେ ବସିଥିବା ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି।

ସୂଚନାନୁଯାୟୀ , ମାତ୍ର କୁଜଙ୍ଗ ନିକଟ ତାଳଦଣ୍ଡା ଠାରେ ଗାଡି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରମାକାନ୍ତ ଓ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ ପୁଅ ଗୁରୁତର ହୋଇପଡିଥିଲେ। ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଂଚି ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନାକୁ ନେଇଥିଲା। ରମାକାନ୍ତ ଓ ଡ୍ରାଇଭରଙ୍କୁ ମୃତ ଘୋଷଣା କରାଯାଇଥିଲା ଓ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ଡ୍ରାଇଭରଙ୍କ ସମେତ ଆହତ ମାନଙ୍କ ପରିଚୟ ଜଣାପଡିନାହିଁ।