କାରକୁ ଟାଣି ଟାଣି ନେଲେ ଦୁଇ ଘୋଡ଼ା
ପେଟ୍ରୋଲ, ଡିଜେଲ ଦର ବୃଦ୍ଧିରେ ସାଧାରଣ ଜନତା ହନ୍ତସନ୍ତ ହେଲେଣି । ତଥାପି ଦର ହ୍ରାସର ଲକ୍ଷଣ ଦେଖାଯାଉ ନାହିଁ । କ୍ରମାଗତ ଭାବେ ଦର ବୃଦ୍ଧି ନେଇ ରବିବାର ସହର କୋଲକାତା ରାଜରାସ୍ତାରେ ଅଭିନବ ଉପାୟରେ ତୃଣମୂଳ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ପାଳନ କରାଯାଇଛି ।
(ଦିଲ୍ଲୀ) : ପେଟ୍ରୋଲ, ଡିଜେଲ ଦର ବୃଦ୍ଧିରେ ସାଧାରଣ ଜନତା ହନ୍ତସନ୍ତ ହେଲେଣି । ତଥାପି ଦର ହ୍ରାସର ଲକ୍ଷଣ ଦେଖାଯାଉ ନାହିଁ । କ୍ରମାଗତ ଭାବେ ଦର ବୃଦ୍ଧି ନେଇ ରବିବାର ସହର କୋଲକାତା ରାଜରାସ୍ତାରେ ଅଭିନବ ଉପାୟରେ ତୃଣମୂଳ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏକ କାର୍କୁ ଦୁଇଟି ଘୋଡ଼ା ଦ୍ୱାରା ଟଣାଯାଇ “ପେଟ୍ରୋଲ ପାଇଁ ପଇସା ନାହିଁ’ ଲିଖିତ ଏକ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା
ତୃଣମୂଳ ରାଜ୍ୟ ସଂପାଦକ କୁନାଲ ଘୋଷ ଘୋଡ଼ା ଦ୍ୱାରା ଗାଡ଼ି ଟଣାଇ ପ୍ରତିବାଦ ଜଣାଇଛନ୍ତି । ମାଣିକତାଲା ସୁକିଆ ଷ୍ଟ୍ରିଟ୍ରେ ଗ୍ୟାସ ସହ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧିରେ ତୃଣମୂଳ କର୍ମୀମାନେ ପ୍ରତିବାଦ ବିକ୍ଷୋଭ କରିଛନ୍ତି । ଏକ କାର୍କୁ ଦୁଇଟି ଘୋଡ଼ା ଦ୍ୱାରା ଟଣାଯାଇ “ପେଟ୍ରୋଲ ପାଇଁ ପଇସା ନାହିଁ’ ଲିଖିତ ଏକ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା