ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ କୋଇମେଟଳା ପଞ୍ଚାୟତ ଅନ୍ତର୍ଗତ ଏମଭି-୬୭ ଗ୍ରାମ ନିକଟରେ ଦୁର୍ଘଟଣା । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଏକ କାର୍ ରାସ୍ତାରେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ । ବାଇକ୍ ରାସ୍ତାର ଅପର ପାର୍ଶ୍ଵରୁ ନିଜ ସାଇଟ୍ ଆସୁଥିବାବେଳେ କାରଟି ତାକୁ ପଡ଼ିଆ ଅଭିମୁଖେ ଯାଉଥିଲା । ତେବେ ଏହି ସମୟରେ ଅପର ପାର୍ଶ୍ଵରୁ ଆଉ ବାଇକ୍ ସମ୍ମୁଖକୁ ଆସିଯିବାକୁ କାର୍ ଚାଳକ ତାଙ୍କୁ ସୁରକ୍ଷା କରିବାକୁ ଯାଇ ନିଜ ପାର୍ଶ୍ଵ ଦେଇ ଯାଉଥିବା ବାଇକ୍ କୁ ଧକ୍କା ଦେଇଥିବା ଜଣାପଡ଼ିିଛି ।ଆହତ ଯୁବକ ଜଣକ ଏମଭି-୬୭ ଗ୍ରାମର ତରୁଣ ରାୟ ବୋଲି ଜଣାପଡ଼ିଛି । ତାଙ୍କୁ ପ୍ରଥମେ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ମାଲକାନଗିରି ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯଇଛି । ଖବର ପାଇ କାଲିମେଳା ପୋଲିସ ଘଟଣାର ତଦନ୍ତ କରୁଛି ।