ଭୁବନେଶ୍ୱର: ଜାପାନରୁ ଓଡିଶା ଆସବ ପୁଞ୍ଜି । ରାଜ୍ୟରେ ଆହୁରି ପାଦେ ଆଗକୁ ହେବ ଶିଳ୍ପାୟନ । ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଜାପାନରେ ହେବ ନିବେଶକ ସମ୍ମିଳନୀ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ଏହି ସମ୍ମିଳନୀରେ ଯୋଗ ଦେଇପାରନ୍ତି ନବୀନ ପଟ୍ଟନାୟକ । ଆଗରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ଦୁବାଇ ଆଦିରେ ହୋଇଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ତେଣୁ ଜାପାନ ସମ୍ମିଳନୀରେ ମଧ୍ୟ ସାମିଲ ହୋଇପାରନ୍ତି ମୁଖ୍ୟମନ୍ତି । ଡିସେମ୍ବରରେ ଭୁବନେଶ୍ବରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜାପାନର ବହୁ ଶିଳ୍ପ ଗୋଷ୍ଠୀର ମୁଖ୍ୟ ଓ ନିବେଶକ ଯୋଗଦେଇଥିଲେ ତେବେ କିଛି ସପ୍ତାହ ତଳେ ଜାପାନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାଣିଜ୍ୟିକ ସମ୍ପର୍କ ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ପର୍ଯ୍ୟଟନ , ସାମୁଦ୍ରିକ ଖାଦ୍ୟ, ହୋଟେଲ, ପୋଷାକ ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜିନିବେଶ କରିପାରେ ଜାପାନ ।ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ପାଇଁ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି । ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ ନିବେଶ ପାଇଁ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ନିବେଶ ପାଇଁ ମେକ୍ ଇନ୍ ଓଡ଼ିଶା ପ୍ରମୁଖ ମାଧ୍ୟମ ଅଟେ ।