ଲୋକାର୍ପିତ ହେଲା ଭିନ୍ନକ୍ଷମ ମାନଙ୍କ ଦ୍ଵାରା ପରିଚାଳିତ ଓଡ଼ିଶାର ପ୍ରଥମ କଲେକ୍ଟେରେଟ କ୍ୟାଣ୍ଟିନ

ଗୋପ : ପୁରୀ ଜିଲ୍ଲା ପ୍ରଶାସନ ଦ୍ଵାରା ଆରମ୍ଭ ହୋଇଥିବା ଖୁସି ଯୋଜନା ମାଧ୍ୟମରେ ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଭିନ୍ନକ୍ଷମ ପରିଚାଳିତ କଲେକ୍ଟରେଟ କ୍ୟାଣ୍ଟିନ ଚଟଣୀ । ଭିନ୍ନକ୍ଷମ ମାନଙ୍କୁ ଜୀବନ ଜୀବିକା ଯୋଗାଇ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ ରଖାଯାଇଛି । ପୁରୀ କଲେକ୍ଟରକ୍ଟ କ୍ୟାମ୍ପସ ମଧ୍ୟରେ ନୂତନ ଭାବରେ ଆରମ୍ଭ ହୋଇଥିବା କ୍ୟାଣ୍ଟିନର ପରିଚାଳନାର ଦାୟୀତ୍ବ ପୁରୀର ବାବା ଏକାମ୍ବ୍ରେଶ୍ୱେର ଭିନ୍ନକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ଏଥି ସହିତ ଖୁସି ଯୋଜନାର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି ।

ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଜିଲ୍ଲପାଳ ସମର୍ଥ ବର୍ମା ପ୍ରଶାସାନ ତରଫରୁ ଆରମ୍ଭ କରାଯାଇଥିବା ଖୁସି ଯୋଜନାରେ ଆଗାମୀ ସମୟରେ ସମାଜର ପ୍ରତ୍ୟେକ ବର୍ଗ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କହିଥିଲେ । କାର୍ୟ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ନବ ନିର୍ମିତ ପାର୍କିଂ ସ୍ଥାନକୁ ଉଦଘାଟନ କରିଥିଲେ ଏବଂ ଏହି ସମ୍ପୂର୍ଣ୍ଣ ନିରାମିଷ ଭୋଜନାଳୟ ସମସ୍ତଙ୍କ ପାଇଁ ଉପଯୋଗୀ ହେବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ନିଜାରତ ଅଧିକାରୀ ପର୍ଶୁରାମ ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ, କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ,ପରାମର୍ଶଦାତା ସିଦ୍ଧାର୍ଥ ରାୟ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ।