ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ ମେନ) ୨୦୨୪ ସେସନ -୨ ଅସନ୍ତା ଏପ୍ରିଲ ମାସ ୪ତାରିଖରୁ ଆରମ୍ଭ ହେବାକୁଯାଉଛି । ଏଥି ପାଇଁ ଦେଶର ୩୧୯ ଟି ସହର ଏବଂ ଦେଶ ବାହାରର ୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥି ପାଇଁ ୱେବସାଇଟରେ ଆବେଦନକାରୀଙ୍କ ଆଡମିଟ କାର୍ଡ ସହ ପରୀକ୍ଷା କେନ୍ଦ୍ର ତାଲିକା ଉପଲବଧ ହେଉଛି । ତେବେ ଏପ୍ରିଲ ୪,୫,୬,୮ ଏବଂ ୯ ତାରିଖରେ ବିଇ ଏବଂ ବିଟେକ ପେପର -୧ ପରୀକ୍ଷା ହେବ । ଏହି ପରୀକ୍ଷା ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ସକାଳ ୯ରୁ ମଧ୍ୟହ୍ନ ୧୨ ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଏବଂ ଅପରାହ୍ନ ୩ଟରୁ ସନ୍ଧ୍ୟା୬ ଟା ପର୍ଯ୍ୟନ୍ତ ୨ୟ ସିଫ୍ଟ ରେ ପରୀକ୍ଷା ଅନୁଷ୍ଠତ ହେବ । ଏହା ପରେ ଏପ୍ରିଲ୧୨ ତାରିଖରେ ବିଆର୍କ ଏବଂ ବିପ୍ଲାନିଂର ପରୀକ୍ଷା କରାଯିବ । ପରୀକ୍ଷାର୍ଥୀ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଏନଟିଏ ୱେବସାଇଟ htts://jeemain.nta.ac.in ଜେଇଇ ମେନ ପରୀକ୍ଷା ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।