ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପଞ୍ଚମ ପର୍ୟ୍ୟାୟ ମତଦାନ ପାଇଁ ଆଜିଠାରୁ ଶେଷ ହୋଇଛି ପ୍ରାର୍ଥୀ ମାନଙ୍କ ପ୍ରଚାର l ଯାହାକୁ ନେଇ ଚଟୁଆ ଗ୍ରାମପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ ଓ ସମିତି ସଭ୍ୟ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ ନିଜର ପ୍ରଚାର ଜୋରଦାର କରିଥିବା ଦେଖିବାକୁ ମିଳିଛି l ନିଜର ସମର୍ଥକ ମାନଙ୍କୁ ସାଥିରେ ଧରି ଉଭୟ ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥୀ ଚଟୁଆ ପଞ୍ଚାୟତ ର ବିଭିନ୍ନ ଗ୍ରାମ ମାନଙ୍କରେ ବାଇକ ଶୋଭାଯାତ୍ରା ସହିତ ଘର ଘର ବୁଲି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି l ପଞ୍ଚାୟତ ରେ ଅନେକ ବିକାଶ କାର୍ୟ୍ୟ ଅଧୁରା ରହିଛି l ବିଶେଷକରି ପାନୀୟ ଜଳ, ପୋଖରୀ ଖାନନ, ରାସ୍ତା ପ୍ରଭୃତି ଅନେକ ସମସ୍ୟା ରହିଛି l ଏହାକୁ ସୁଧାରିବା ପାଇଁ ଆଗାମୀ ନିର୍ବାଚନ ରେ ଜିତିବା ପରେ ଏହିସବୁ ସମସ୍ୟା ଗୁଡିକୁ ନିଜର ପ୍ରଥମ କର୍ତ୍ତବ୍ୟ ବୋଲି ଏହି ଦୁଇ ପ୍ରାର୍ଥୀ ପ୍ରକାଶ କରିଛନ୍ତି l ପଞ୍ଚାୟତ ରେ ଘର ଘର ବୁଲି ଭୋଟଭିକ୍ଷା କରୁଥିବା ସମୟରେ ଅନେକ ବୟସ୍କ ବ୍ୟକ୍ତି ନିଜର ବିଧବା ଭତ୍ତା ପାଇଁ ନେହୁରା ହୋଇଛନ୍ତି ଯାହାକୁ ନେଇ ଚଟୁଆ ପଞ୍ଚାୟତ ର ବିକାଶର ଲକ୍ଷ ନେଇ ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ ଓ ସମିତି ସଭ୍ୟ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ କହିଛନ୍ତି l