ଭୁବନେଶ୍ୱର: ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଚଂ ହାତରେ ଲାଗୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ହେଲେ ହତ୍ୟାର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍ କ୍ରାଇମବ୍ରାଚଂ ହାତରେ ଲାଗିପାରିନି । ଯେଉଁଥିପାଇଁ ହତ୍ୟା ଉପରୁ ଉଠିପାରୁନି ପରଦା । ଚାନ୍ଦବାଲିରୁ .ଭୁବନେଶ୍ୱର ଏବଂ ନୟାଗଡକୁ ଅଭିଯୁକ୍ତମାନଙ୍କୁ ନେଇ ସିନ ରିକ୍ରିଏସନ କରିସାରିଛି କ୍ରାଇମବ୍ରାଚଂ । କିନ୍ତୁ ଶର୍ମିଷ୍ଠା ଚିପ୍ କୁ ନେଇ କୈାଣସି ବୟାନ ଦେଇନାହାନ୍ତି । କ୍ରାଇମବ୍ରାଚଂର ଜେରାବେଳେ ଅଭିଯୁକ୍ତ ଶର୍ମିଷ୍ଟା କହିଛନ୍ତି ଚିପ ବିଷୟରେ ମୁଁ କିଛି ଜାଣିନାହିଁ । ଯଦି ମୁଖ୍ୟଯୁକ୍ତ ଶର୍ମିଷ୍ଠା ଚିପ୍ ସମ୍ପର୍କରେ କିଛି ଜାଣିନାହାନ୍ତି , ତାହେଲେ ଚିପ ଗଲା କୁଆଡେ । ଯାହାକୁ ନେଇ ଧିରେ ଧିରେ ସନ୍ଦେହ ବଢିବାରେ ଲାଗିଛି ।
ମାନସଙ୍କ ଘରେ ଚିପ୍ ଥିବା ନେଇ ସନ୍ଦେହ କରିଥିଲା କ୍ରାଇମବ୍ରାଚଂ । ଫଳରେ ମାନସଙ୍କୁ ଘରକୁ ଯାଇ ଖୋଜାଖୋଜି କରିଥିବା କ୍ରାଇମବ୍ରାଚଂ ଟିମ୍ । ହେଲେ ଚିପ୍ କୁ ନପାଇ ଫେରି ଆସିଲା ଟିମ୍ । ମାନସଙ୍କ ଭାଇ ଭାଇଜଙ୍କୁ ପଚାରାଉଚରା କରିଛି କ୍ରାଇବ୍ରାଚଂ । ମିଳିଥିବା ପୋଡା ଚପଲ ଏବଂ ଇୟରଫୋନ ମାନସଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ ।
ନୟାଗଡରୁ ରଭଣପୁର ଗୋଡି ପୋଖରୀରେ ଜବତ ହୋଇଥିବା ସାମଗ୍ରୀକୁ ପରିବାର ଲୋକଙ୍କୁ ଦେଖାଇଥିଲା କ୍ରାଇମବ୍ରାଚଂ । ଯାହାକୁ ଚିହ୍ନଟ କରିଛନ୍ତି ମାନସଙ୍କ ଭାଇ ଭାଇଜ ।ସେପଟେ ସମ୍ଫର୍ଣ୍ଣ ୱେବ ପୋଟାର୍ଲରେ ମାନସ କାମ କରୁଥିବା ସମୟରେ କିଛି ଭିଡିଓ ମାନଓ ନିଜ ମେମୋରି କାର୍ଡକୁ କପି କରିଥିଲେ । ଏବଂ ଚିପର କିଛି ଫାଇଲ ଡିଲିଟ୍ କରି ମାନଓ ପାଖରେ ରଖିଥିବା କ୍ରାଇମବ୍ରାଚଂ ପକ୍ଷରୁ ସୁଚନା ଦିଆଯାଇଛି । କିନ୍ତୁ ରିକଭର କରିବା ପାଇଁ କ୍ରାଇମବ୍ରାଚଂ ଅଫିସ କମ୍ପୁଟର ହାର୍ଡଡିସ୍କକୁ ଜବତ କରିବା ସହିତ ଲବରୋଟୋରୀ ପଠାଇ ଦିଆଯାଇଛି । ଯଦି ଭିଡିଓ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି । ତାହେଲେ ଚିପ ଗଲା କୁଆଡେ । କାହିିଁକି ମେମୋରି ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ଶର୍ମିଷ୍ଠା । ବଡବଡ ନେତା ମନ୍ତ୍ରୀଙ୍କର ଗୁମର ଖୋଲିଯିବ ବୋଲି ଶର୍ମୀଷ୍ଠା ମୁହୁଁ ଚୁପ ରଖୁଛନ୍ତି କି? ଯଦି ଏଭଳି କିଛି ହୋଇଥିବ ତାହେଲେ କ୍ରାଇମବ୍ରାଚକୁ ମମୋରି ମିଳିବା କଷ୍ଟକର ହୋଇପାରେ । ଚିପ ଭାଙ୍ଗିଦିଆଯାଇଥାଇପାରେ । ତେବେ ଚିପ ମିଳିଲେ ସତ କଣ ମିଛ କଣ ପଦାକୁ ଆସିବ ।