ସିଏଜି ଅଡିଟ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ଓ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ହେରାଫେରି ହୋଇଥିବା ଅଭିଯୋଗ ଆଣି ବିଜେପି ଆନ୍ଦୋଳନକୁ ତୀବ୍ର କରିଛି। ଏନେଇ ପୂର୍ବରୁ ଦଳ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲା। ଡିଏମ୍ଏଫ୍ ଫଣ୍ଡର ସିଏଜି ଅଡିଟ୍ ଦାବି କରି ରଣହୁଙ୍କାର ଦେଇଥିବା ବେଳେ ଅନୁଗୁଳ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ।

ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ) ଅର୍ଥରେ ବ୍ୟାପକ ଦୁର୍ନୀତି, ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନଇଚ୍ଛା ପ୍ରକଳ୍ପ ଦେଇ କାମ କରିବା, ଲୋକଙ୍କ ଆବଶ୍ୟକ ଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଅଣଦେଖା କରିବା, ଆବଶ୍ୟକ ନଥାଇ ଶାସକ ଦଳର ଠିକାଦାର ପୋଷିବା ଭଳି କାମକୁ ବିଜେପି ବରଦାସ୍ତ କରିବ ନାହିଁ ଏବଂ ସମସ୍ତ ନୀତି ନିୟମକୁ ଉଲଂଘନ କରି ପ୍ରକଳ୍ପ କରିବା, ଟେଣ୍ଡର ନକରି ଡିପାର୍ଟମେଣ୍ଟାଲ କାର୍ୟ୍ୟକରିବା ଉପରେ ଆଲୋଚନା କରି କରି ଶାସକ ଦଳର କର୍ମୀଙ୍କ ଦ୍ଵାରା କାର୍ୟ୍ୟ କରିବା ସମ୍ପୂର୍ଣ୍ଣ ବେଆଇନ ଏଣୁ ଏହାର ସିଏଜି ତୁତନ୍ତ ଅଡିଟ କରାଗଲେ ସମସ୍ତ ଘଟଣା ପର୍ଦାଫାଶ ହୋଇପାରିବ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରିଛି । ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ୟ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରଦୀପ କୁମାର ପ୍ରଧାନ, ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।