ରାଜ୍ୟରେ ଇ-ବସ୍ ଚଳାଚଳ କ୍ଷେତ୍ରର ଭିତ୍ତିଭୂମି ବିକାଶ ସହ ଏହାକୁ ଅଧିକ ପ୍ରଶସ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମେ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିମାନ ସମ୍ପତ୍ତି ଓ ନେଟ୍ଓ୍ବର୍କ ନିର୍ମାଣ ଏବଂ ପରିଚାଳନା (ବିଏମ୍ଏଏଏନ୍) ଏକୀକୃତ ଯୋଜନାରେ ଆଗାମୀ ୫ ବର୍ଷରେ ୪,୧୮୨ କୋଟି ଟଙ୍କା ଖର୍ଚ୍ଚ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ସମସ୍ତଙ୍କ ପାଇଁ ବସ୍ ଯାତ୍ରାକୁ ସହଜ କରାଯିବ। ଫଳରେ ଓଡ଼ିଶା ବସ୍ ଚଳାଚଳ କ୍ଷେତ୍ରରେ ପୂର୍ବ ଭାରତର ଏକ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହାବାଦ୍ ରାଜ୍ୟର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼, ଆହାର ଯୋଜନାକୁ ତ୍ୱରାନ୍ବିତ କରିବା, ଲୋକଙ୍କ ଗମନାଗମନ ସୁବିଧା ପାଇଁ ୨୦୦ ନୂଆ ଇ-ବସ୍ କିଣିବାକୁ କ୍ୟାବିନେଟ ଅନୁମୋଦନ କରିଛି।

ରାଜ୍ୟର ୬ଟି ସହର ଯଥା କେନ୍ଦୁଝର, ବାରିପଦା, ବ୍ରହ୍ମପୁର, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁରରେ ଇଲେକ୍ଟ୍ରିକ୍ ବସ୍ ଗଡ଼ିବ। ଏଥିପାଇଁ ରାଜ୍ୟ ସରକାର ୨୦୦ଟି ମିଡି ଇଲେକ୍ଟ୍ରିକ୍ ବସ୍ କିଣିବେ। ଇ-ବସ୍ ଚଳାଚଳରେ ଯେପରି କୌଣସି ସମସ୍ୟା ହେବନି ସେଥିପାଇଁ ବସ୍ ଚାର୍ଜିଂ ପଏଣ୍ଟ, ଡିପୋ ଭିତ୍ତିଭୂମି ନିର୍ମାଣ, ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ୯୫୨ କୋଟି ୫୬ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ ଖର୍ଚ୍ଚ ୧୦ ବର୍ଷର ଅବଧିକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି।
