ଇଲେକ୍ଟ୍ରୋନିକ୍ସ ନୀତିକୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର : ଓଡିଶା ଇଲେକ୍ଟ୍ରୋନିକ୍ସ ନୀତିକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଓଡିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଏହି ମଞ୍ଜୁରୀ ମିଳିଛି । ପ୍ରଥମ ୧୦ଟି ନୂଆ ନିବେଶ ଓ ସଂପ୍ରସାରଣକୁ ମିଳିବ ଉତ୍ପାଦନ ଭିତ୍ତିକ ସହାୟତା । ସହାୟତା ବାବଦରେ ବାର୍ଷିକ କାରବାରର ୧ ପ୍ରତିଶତ ୫ ବର୍ଷ ଯାଏ ମିଳିବ । ଓଡିଶା ଇଲେକ୍ଟ୍ରୋନିକ୍ସ ନୀତୀକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲ୍ର ୩୦ ପ୍ରତିଶତ ଓ ସର୍ବାଧିକ ୫୦ ଲକ୍ଷ ଯାଏଁ ରିହାତି ମିଳିଛି ।

ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପଡ୍ୟୁଟି ୧୦୦ ପ୍ରତିଶତ ମଧ୍ୟ ଛାଡ କରାଯିବ । ଚାଷ ଜମିକ ଶିଳ୍ପ ଉପଯୋଗୀ କରିବାକୁ ହେଉଥିବା ଖର୍ଚ୍ଚକୁ ୧୦୦ ପ୍ରତିଶତ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ୟୁନିଟ ଗୁଡିକ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ମିଳିବା ସହିତ ଉଦ୍ୟୋଗୀ ମାନଙ୍କୁ ବିଦ୍ୟୁତ ଶୁକ୍ଲ, ଇନ୍ସପେକ୍ସନ ଫି ୫ ବର୍ଷ ପର୍ଯ୍ୟନ୍ତ ଛାଡ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଏହି ପଲିସିର କାର୍ୟ୍ୟାନ୍ୱୟ ତଦାରଖ କରାଯିବ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଓକାକ ବିଭିନ୍ନ ପ୍ରକାର କାର୍ୟ୍ୟର ତଦାରଖ କରିବ ।