ବିର୍ସାମୁଣ୍ଡା ହକି ଷ୍ଟାଡିୟମ କାର୍ଯ୍ୟ ସମିକ୍ଷା କଲେ ମଖ୍ୟ ଶାସନ ସଚିବ

ରାଉରକେଲା : ରାଉରକେଲା ଗସ୍ତରେ ମଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଓ କ୍ରୀଡା ସଜିବ ଆର ଭିଲିନ କ୍ରିଷ୍ଣା । ଆଜି ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବାସହ ସମିକ୍ଷା କରିଛନ୍ତି । ସକାଳ ୯ ଟା ୪୫ରେ ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚିଵା ପରେ ସକାଳ ୯ ଟା ୫୫ରେ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ହକି ବିଶ୍ଵ କପ ପୁର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର‌୍ୟ୍ୟ ବୁଲି ଦେଖିଛନ୍ତି ।ଏବଂ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି । ସକାଳ ୧୧ ଟା ୧୫ରେ ମୁଖ୍ୟ ଶାସନ ସଚିବ ରାଉରକେଲା ବିମାନ ବନ୍ଦର ଠାରେ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇଛନ୍ତି । ୧୨ ଟା ୧୫ରେ ଭୁବନେଶ୍ୱର ଫେରିଯିଵାର କାର୍ଯ୍ୟକ୍ରମ ରହିଛି ।