ଭୁବନେଶ୍ଵର: ସାଧାରଣତଃ ମହିଳାମାନେ ଅନେକ ସମୟରେ କେଶ ବିକ୍ରି କରି ଦୋକାନି ଠାରୁ ପାତ୍ର କିମ୍ବା ରାସନ୍ ସାମଗ୍ରୀ କିଣୁଥିବାର ଦେଖିଥିବେ ନିଶ୍ଚୟ । ତେବେ କହିରଖୁଛୁ ଯେ, ଯଦି ଆପଣଙ୍କ ପରିବାରର କେହି ଏପରି କେଶ ବିକ୍ରି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କେଶ ବିକ୍ରି କରିବା ଅଶୁଭ ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତିଙ୍କ କେଶରେ ତାଙ୍କର ଆଭା ଶକ୍ତି ବାସ କରେ। କେଶ ସାହାର୍ଯ୍ୟରେ ଜଣଙ୍କୁ ବଶିକରଣ ମଧ୍ୟ କରିହୁଏ । ବିଶେଷକରି ତାନ୍ତ୍ରିକ ସାଧକମାନେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଏହି କେଶ କିଣନ୍ତି। ସେମାନେ ବିଭିନ୍ନ ତନ୍ତ୍ର ଶକ୍ତି ହାସଲ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରନ୍ତି।

କେଶ ବିକ୍ରୟର ଜ୍ୟୋତିଷ ପ୍ରଭାବ: ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ, କେଶକୁ ଚନ୍ଦ୍ର ଏବଂ ଶୁକ୍ର ସହିତ ଯୋଡା ଯାଇଛି । କୁଣ୍ଡଳୀରେ ଚନ୍ଦ୍ର ଏବଂ ଶୁକ୍ରର ଏକ ଶକ୍ତିଶାଳୀ ସ୍ଥିତି ବ୍ୟକ୍ତି ପାଇଁ ସୌଭାଗ୍ୟ ଆଣିଥାଏ। ଏହା ବ୍ୟତୀତ, ବ୍ୟକ୍ତି ସୁଖ ଏବଂ ସୌନ୍ଦର୍ଯ୍ୟ ପ୍ରାପ୍ତ କରିଥାଏ। କିନ୍ତୁ କେଶ ବିକ୍ରୟ କରିବା ଦ୍ୱାରା ଏହି ଉଭୟ ଗ୍ରହର ସ୍ଥିତି ଦୁର୍ବଳ ହୋଇଯାଏ ଏବଂ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କେଶ ବିକିବା ବେଳେ ମହିଳାମାନେ ଭାବିବା ଉଚିତ ଯେ ସେଗୁଡ଼ିକୁ କିଣୁଥିବା ବ୍ୟକ୍ତି ସେଗୁଡ଼ିକୁ ତାନ୍ତ୍ରିକ କାର୍ଯ୍ୟକଳାପରେ ବ୍ୟବହାର କରିପାରିବେ। ଏହି ଅଭ୍ୟାସ ଦ୍ୱାରା ଆପଣ ମାନସିକ ଏବଂ ଶାରୀରିକ ଚାପର ସମ୍ମୁଖୀନ ହୋଇପାରନ୍ତି। ହିନ୍ଦୁ ବୈଦିକ ପରମ୍ପରାରେ ଟଙ୍କା ପାଇଁ କେଶ ବିକ୍ରୟ କରିବା ନିଷେଧ।