ଉଦଳା: ବିଳମ୍ବିତ ରାତିରେ ଘଟିଯାଇଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଦୋକାନ ଘର ଭିତରକୁ ପଶିଯାଇଥିବା ଦେଖିବାକୁ ମିଳିଛି । ଏଭଳି ଦୁର୍ଘଟଣା ଘଟିଛି ଉଦଳା-ବାରିପଦା ରାଜ୍ୟ ରାଜପଥର ଅନ୍ତର୍ଗତ ବୃନ୍ଦାଗଡି ଛକ ନିକଟରେ ।ବାଇକ୍ ଆରେହିକୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ଘଟିଥିଲା ଦୁର୍ଘଟଣା । କିନ୍ତୁ ସେ ଚେଷ୍ଟା କରିଥିବା ବେଳେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ସହିତ ବସ୍ଟି ରାସ୍ତା ପାଶ୍ୱର୍ରେ ଥିବା ଏକ ଦୋକାନ ଘର ଭିତରକୁ ପଶିଯାଇଥିଲା । ଯାହାଫଳରେ ବସରେ ଥିବା ଦୁଇ ଜଣ ଯାତ୍ରୀ, ଡ୍ରାଇଭର ଆହତ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାଇକ୍ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁସାରେୂ ଗୁରୁତର ବ।ଇକ୍ ଆରୋହୀ ଜଣକ ହେଲେ ଉଦଳା ଥାନା ଅଣ୍ଡିଆମୁଣ୍ଡି ଗ୍ରାମର ଲକ୍ଷ୍ମଣ ଚରଣ ମୁର୍ମୁ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।