ଦୁଇଟି ବସ ଦୁର୍ଘଟଣା ମାମଲା,ବସ ରୁଟର ହେବ ପରିବର୍ତ୍ତନ:ମନ୍ତ୍ରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କରୋନା ପାଇଁ ବାହାରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାରେ ଲାଗିଛନ୍ତି ସରକାର । କିନ୍ତୁ ଲଗାତାର ୨ଥର ଦୁର୍ଘଟଣା ଘଟିବାରୁ ବସ୍ ରୁଟ୍ ପରିବର୍ତ୍ତନ କରିବାକୁ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏଣିକି ବୌଦ୍ଧରୁ ନୟାଗଡ ଓଡଙ୍ଗା ଦେଇ ଗଞ୍ଜାମରେ ପହଞ୍ଚିବ ବସ୍ । ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ଘଟୁଛି । ଡ୍ରାଇଭର ଅଭ୍ୟସ୍ତ ନୁହନ୍ତି । ତେଣୁ ସୁରତରୁ ଆସୁଥିବା ବସ୍‌ର ରୁଟ୍ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଗତକାଲି ସୁରତରୁ ଫ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ କଳିଙ୍ଗା ଘାଟିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇଜଣ ପ୍ରାଣ ହରାଇଥିଲେ। ପୁଣି ଆଜି ସକାଳେ ଆଉ ସୁରତରୁ ଫେରୁଥିବା ଏକ ବସ୍‌ ନାଗପୁର ଅମରାବତୀ ଏନ୍‌ଏଚ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଏଥିରେ ୫୦ ଯାତ୍ରୀ ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେ ମଧ୍ୟରୁ ଡ୍ରାଇଭର୍‌ ଓ ସଫେଇ କର୍ମୀ ଗୁରୁତର ଆହତ ହୋଇଛନ୍ତି ।