ଜଳିଗଲା କାର

(ଅର୍ଶଦୁଲ୍ ହକ୍) : ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ଏକ କାର୍ ଥୁଆ ହୋଇଥିବା ମାରୁତି ସିଆଜ କାର ଜଳିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି। ନିଆଁ ଲାଗିବା ବେଳେ ଗାଡି ଭିତରେ କେହି ନଥିଲେ ବୋଲି ସୂଚନା ମିଳିଛି। ତେବେ କେଉଁ କାରଣରୁ କାରରେ ନିଆଁ ଲାଗିଛି ତାହା ଜଣାପଡିନାହିଁ ।
ମିଳିଥିବା ସୂଚନା ଅନିୁଯାଇ ଆଜି ଅପରାହ୍ଣ ୩ଟା ସମୟରେ ଦମକଳ ଛକ ନିକଟ ବରୁଣେଇ ସାହିରେ ଏକ ମାରୁତି ସିଆଜ କାର ରାସ୍ତା କଡରେ ଥୁଆ ହୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ପାଇଥିଲେ। ଖବର ପାଇବା ପରେ ଖୋର୍ଦ୍ଧା ଦମକଳ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବଳକୁ କାରଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା । ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ କାରଟି ମଠ ସାହି ଅଞ୍ଚଳର ବୋଲି ଅନୁମାନ କାରାଯାଉଛି ।