ବନକଲାଗି ନିତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ /ସଞ୍ଜୟ ମହାପାତ୍ର : ବନକଲାଗି ନିତି ବିଶୃଙ୍ଖଳା ପ୍ରସଙ୍ଗ। ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ। ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ। ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ହୋଇଛି ନୋଟିସ। ୨୦୧୮ ପରିଚାଳନା କମିଟି ନିସ୍ପତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବ। କିନ୍ତୁ ଛଅବର୍ଷ ଧରି ବନକଲାଗି ନିତି ପ୍ରତି ବୁଧବାର ହେଉଥିବା ବେଳେ ଏବେ କାହିଁକି ଗୁରୁବାର କରିବା ପାଇଁ ଜିଦ୍ ଧରୁଛି ନିଯୋଗ। ନିଳାଦ୍ରୀ ବିଜେ ପରଠାରୁ ଏଯାବତ ହୋଇନାହିଁ ମହାପ୍ରଭୁଙ୍କ ବନକଲାଗି ନିତି ବା ଶ୍ରୀମୁଖ ସୃଙ୍ଗାର ନିତି। ସେପଟେ ଦୁଇଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ। ଆମେ ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ବନକଲାଗି କରିବାକୁ ଗୁରୁବାର ପ୍ରସ୍ତୁତ ଥିଲୁ। ହେଲେ ପ୍ଳଶାସନର ଅବହେଳା ଯୋଗୁଁ ନିତି ହୋଇପାରିଲା ନାହିଁ। ତେଣୁ ସତ୍ତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର। ନହେଲେ ସତ୍ତ୍ୱଲିପିକୁ ଉଚ୍ଛେଦ କରିଦିଅନ୍ତୁ ପ୍ରଶାସନ। ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଦତ୍ତମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର।