‘ଅନ୍ତ୍ୟୋଦୟ ଗୃହ ଯୋଜନା’ପାଇଁ ୧ଶହ ୫ କୋଟି ଟଙ୍କାର ବଜେଟ ପ୍ରସ୍ତାବ

0

ଭୁବନେଶ୍ୱର: ନୂଆ ସରକାରର ପ୍ରଥମ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ଅନ୍ୟାନ୍ୟ ଆବାସ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇନଥିବା ଓ ପକ୍କା ଘର ନଥିବା ନିମ୍ନ ଆୟକାରୀ ପରିବାରମାନଙ୍କର ସହାୟତା ପାଇଁ ‘ ଅନ୍ତ୍ୟୋଦୟ ଗୃହ ଯୋଜନା’ ନମକ ଏକ ନୂତନ ଯୋଗନା ପ୍ରଣୟନ କରାଯାଇଛି । ଏହି ଯୋଜନା ପାଇଁ ୧ଶହ ୫ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରହିଛି । ପର୍ଯ୍ୟାୟକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ) ଅଧୀନରେ ବାଦ ପଡିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଘର ଯୋଗାଇଦେବା ପାଇଁ ସରକାର ଏକ ବିସ୍ତୃତ ସର୍ବେକ୍ଷଣ କରିବେ ।