BSKY ନବୀନ କାର୍ଡ ସଚେତନତା ରଥ ଉଦଘାଟିତ

ଗଜପତି /  ବିବେକାନନ୍ଦ ବେହେରା:  ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ BSKY -ନବୀନ କାର୍ଡର ୨ଗୋଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା  ଦେଖାଇ  ଶୁଭ ଉଦ୍‌ଘାଟନ କରିଥିଲେ।  ଏହି ସଚେତନତା ରଥ  ଜିଲ୍ଳାର ୭ଗୋଟି ବ୍ଲକର ପ୍ରତି ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନ କରାଇବ । ଯେଉଁମାନେ BSKYରୁ ବାଦ ପଡ଼ିଛନ୍ତି ସେମାନେ ୬ରୁ ୧୬ ତାରିଖ ମଧ୍ୟରେ ଆବେଦନ କରିପାରିବେ ।  ପ୍ରତି ପରିବାର ପାଇଁ ବାର୍ଷିକ ୫ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପ୍ରାବଧାନ କରାଯାଇଛି।  ଏହି କାର୍ଡ ଆସନ୍ତା ୨୦୨୪ ମସିହା ମେ ୧ ତାରି ତାରିଖରୁ କାର୍ଯ୍ୟ କରିବ।  ଆବେଦନ ପାଇଁ ଅନଲାଇନ୍ ରେ www.bskynabin.odisha.gov.in  ସାଇଟ୍ କୁ ଯାଇ ନିଜେ ପଞ୍ଜିକରଣ କରିପାରିବେ  କିମ୍ବା ମୋ ସେବା କେନ୍ଦ୍ରରେ ବିନା ଦେୟରେ ଆବେଦନ କରିପାରିବେ ସମୟ ଉପଯୋଗୀ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଲକ୍ଷ୍ୟରେ ସରକାରୀ ଓ ବେସରକାରୀ ହସ୍ପିଟାଲ ମାନଙ୍କରେ ଉପଲବ୍ଧ ସୁବିଧାରେ ସର୍ବାଧିକ ଉପଯୋଗ ସହ ପର୍ଯ୍ୟାୟକ୍ରମେ BSKY ପରିସରକୁ ସମ୍ପ୍ରସାରଣ କରାଯାଇଛି। ଓଡ଼ିଶାର ଜନସାଧାରଣଙ୍କ ପାଇଁ ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ ପରବର୍ତ୍ତୀ ସମୟରେ ସହରାଞ୍ଚଳରେ ବାସ କରୁଥିବା ପରିବାର ସରକାରୀ କର୍ମଚାରୀ, ପେନସନ ଭୋଗୀ ଏବଂ ଅନ୍ୟାନ୍ୟ ସହାୟତା ଯୋଗ୍ୟ ବର୍ଗମାନଙ୍କୁ ସାମିଲ କରାଯିବା ପ୍ରସ୍ତାବ ଉପରେ ନୀତିଗତ ନିଷ୍ପତ୍ତି ନିଆଯାଉଛି ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଡ଼ା.ମହମ୍ମଦ ଅଲ୍ଲୀ, ଅତିରିକ୍ତ ଜିଲ୍ଲା ଚକିତ୍ସାଧିକାରୀ, ଡ଼ା.ନେତ୍ରାନନ୍ଦ ଶତପଥୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ।