କାଲିମେଳା : ସହୀଦ ସପ୍ତାହ ପରେ ପରେ ବିଏସଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା । କାଲିମେଳା ଥାନା ଅନ୍ତର୍ଗତ ଆମପଦର ଏଲକାନୁର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛନ୍ତି । ୧୪୨ ବାଟାଲିୟନର ବିଏସଏଫ ଯବାନ ଆଜି ଏହି ଜଙ୍ଗଲରେ ସର୍ଚ ଅପରେସନ କରୁଥିବା ବେଳେଯବାନ ମାନେ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ବନ୍ଧୁକ,ମାଗାଜିନ, ହାଣ୍ଡ ଗ୍ରେନେଡ଼, ହାତ ତିଆରି ରକେଟ ଇଂଚର, ମୋର୍ଟାର ବମ,ଜିଲୋଟିନ ଓ ଡ଼ିଟୋନେଟର ସହ ଲ୍ୟାଣ୍ଡମାଇନରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି। ଏହି ସବୁ ଜିନିଷ ମାଓବାଦୀ ଜଙ୍ଗଲରେ ଲୁଚାଇରଖି ପୁଲିସ ଓ ଜବାନମାନଙ୍କ ବିରୁଦ୍ଧରେ ବ୍ୟବହାର କରିବାର ଯୋଜନା କରୁଥିବାର ସୂଚନା ମିଳିଛି ।