ଆମ୍ବୁଲାନ୍ସ ଭିତରେ ଚାଲିଛି ବ୍ରାଉନସୁଗାର ସେବନ : ରୋଗୀ କିପରି ପାଇବେ ସୁରକ୍ଷା ?

ଭଦ୍ରକ– ଆମ୍ବୁଲାନ୍ସ ଭିତରେ ଖୋଲମଖୋଲା ଚାଲିଛି ବ୍ରାଉନସୁଗାର ଟଣା । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ଆମ୍ବୁଲାନ୍ସକୁ ସୁରକ୍ଷା କବଚ ଭାବେ ବ୍ୟବହାର କରି,ତାହା ମଧ୍ୟରେ ଚାଲିଛି ଏଭଳି କାର୍ଯ୍ୟ ।ଏହି ଭିଡିଓଟି ଭଦ୍ରକ ଚରମ୍ପା ବଉଳପୋଖରୀ ଅଞ୍ଚଳର ବୋଲି ଜଣାପଡିଛି । ରୋଗୀମାନଙ୍କ ସେବାରେ ଲାଗିଥାଏ ଏହି ଆମ୍ବୁଲାନ୍ସ । ଗୁରୁତର ରୋଗୀଙ୍କୁ ଗୋଟିଏ ମେଡିକାଲରୁ ଅନ୍ୟ ଏକ ମେଡିକାଲକୁ ନେବାରେ ସାହାଯ୍ୟ କରିଥାଏ ଏହି ଆମ୍ବୁଲାନ୍ସ । ରୋଗୀର କୌଣସି ଦେହ ଖରାପ ହେଲେ ଏହି ଆମ୍ବୁଲାନ୍ସ ଉପରେ ହିଁ ନିର୍ଭୟ କରିଥାନ୍ତି । ହେଲେ ଏହି ଆମ୍ବୁଲାନ୍ସକୁ ଚଳାଉଥିବା ଡ୍ରାଇଭର ଏବଂ ସହଯୋଗୀ ବ୍ରାଉନ ସୁଗାର ଟାଣୁଥିବାର ଭିଡିଓ ଏବେ ଭାଇରଲ ହୋଇଛି । ପୋଲିସ ଓ ଲୋକ ମାନଙ୍କୁ ଦାଉରୁ ରକ୍ଷା ପାଇବା ପାଇଁ ଆମ୍ବୁଲାନ୍ସକୁ ବ୍ୟବହାର କରି ଏଭଳି କାର୍ୟ୍ୟ କରିଥିବା ଜଣାପଡିଛି । ଏହି ଆମ୍ବୁଲାନ୍ସର ନଂ ହେଉଛି ଙଜ-୦୨ଇତ-୩୪୧୪ । ଆମ୍ବୁଲାନ୍ସ ଭିତରେ ଡ୍ରାଇଭର ଓ ତାର ସହଯୋଗୀ ଯଦି ଏହିଭଳି ବ୍ରାଉନ ସୁଗାର ଟାଣିବେ ତାହା ହେଲେ ରୋଗୀ କିପରି ସୁରକ୍ଷା ପାଇବେ ତାହା ହିଁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।