(ରିପୋର୍ଟସ ଟୁଡ଼େ / ସରୋଜ କୁମାର ରାଉତ ): ଏସଟିଏଫ ଆଗରେ ହାର ମାନିଛି ଓଡ଼ିଶା ପୋଲିସ । ଗତ ଦୁଇ ମାସ ଭିତରେ ଏସଟିଏଫ ନିଜର ଦକ୍ଷତା ଦେଖାଇ ଚାରି କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଥିବା ବେଳେ ୨୦୧୮ -୧୯ ଏହି ବର୍ଷ ମଧ୍ୟରେ ଓଡ଼ିଶା ପୋଲିସ ୪ କେଜିରୁ କମ ବ୍ରାଉନ ସୁଗାର ଜବତ କରିଛି । ଗତକାଲି ସଂନ୍ଧ୍ୟାରେ ପୁଣି ଏକ ବଡ଼ ବ୍ରାଉନସୁଗାର ର୍ୟାକେଟକୁ ଗିରଫ କରିଛି ଏସଟିଏଫ । ଏହାର ପରିମାଣ ୧ କେଜି ୭୫୦ ଗ୍ରାମ । ଯାହାର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ବୋଲି କୁହାଯାଉଛି ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଂଚଳରେ ବ୍ରାଉନସୁଗାର କାରବାରର ଏକ ବଡ଼ ଡିଲ୍ ଚାଲିଥିବା ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ସୂଚନା ପାଇଥିଲା। କୈାଣସି ଏକ ଗୁପ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ଚଢ଼ଉ କରିଥିବା ଜଣାପଡ଼ିଛି । ଖୋର୍ଦ୍ଧାରେ ବ୍ରାଉନସୁଗାର ଚୋରା ଚାଲାଣର ଏକ ବଡ଼ ନେଟୱାର୍କ କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି । ପଶ୍ଚିମବଙ୍ଗରୁ ବାଲେଶ୍ୱର, ଜଳେଶ୍ୱର ଦେଇ ଭୁବନେଶ୍ୱରକୁ ବ୍ରାଉନସୁଗାର ଚୋରା ଚାଲାଣ ସହ ବାଲାଂଦେଶ, ଚୀନ୍ ପରି ପଡ଼ୋଶୀ ଦେଶକୁ ମଧ୍ୟ ଏହି ରାକେଟ୍ ଲମ୍ବିଥିବା ଜଣାପଡ଼ିଛି ।