ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ବ୍ରାଉନସୁଗର କାରବାର ଦିନକୁ ଦିନ ବଢୁଛି । ଆଉ ବ୍ରାଉନସୁଗର କବଳରେ ବିଶେଷ କରି କଲେଜ ଛାତ୍ରମାନେ ଜଡିତ ରହିଛନ୍ତି । ପୋଲିସ ଛୋଟ ମୋଟ ବେପାରୀଙ୍କୁ ଧରୁଥିବା ବେଳେ ଆଜି ୨ ଜଣ ଧଳାଜହର ମାଫିଆଙ୍କୁ କାବୁ କରିଛି । ସେମାନଙ୍କ ନିକଟରୁ ୧ କେଜି ୮ ଗ୍ରାମର ବ୍ରାଉନସୁଗର ଜବତ କରିଛି ଏସଟିଏଫ । ଯାହାକି ଏସଟିଏଫକୁ ବଡ ସଫଳତା । ବର୍ତ୍ତମାନ ସମୟରେ ରାଜ୍ୟରେ ଲକଡାଉନ ହୋଇଥିବା ଏମାନେ ଏହାର ସୁଯୋଗ ନେଇ ଧଳାଜହର କାରବାରକୁ ବଢାଇବାରେ ଲାଗିଥଲେ । ଫୋନ କଲ ମାଧ୍ୟମରେ ଗ୍ରାହକଙ୍କ ଘରେ ଡେଲିଭରୀ ଦେଉଥିଲେ ଏହି ମାଫିଆମାନେ । ତେବେ ଆଜି ରାଜଧାନୀ ଭୁବନେଶ୍ୱରରୁ ଏସଟିଏଫ ଟିମ ୧ କୋଟି ଟଙ୍କାର ଧଳା ଜହର ଜବତ କରିଛି । ଏହି ଘଟଣାରେ ୨ଜଣ ଅପରାଧୀଙ୍କୁ ଗିରଫ କରିଛି ଏସଟିଏଫ ।

ସୂଚନାନୁଯାୟୀ, ରାଜ୍ୟରେ ଲକଡାଉନ ସମୟରେ ଧଳା ଜହର କାରବାର ଖୁଲୁମ ଖୁଲା ଚାଲିଛି । ଆଉ ଅପରାଧୀମାନେ ପୋଲିସ ଆଖିରେ ଧୂଳି ଦେଇ ବେପାରକୁ ବଢାଇବାରେ ଲାଗିଛନ୍ତି । ତେବେ ଆଜି ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରୁ ୧କେଜି ୮ ଗ୍ରାମର ବ୍ରାଉନସୁଗର ଜବତ କରିଛି ଏସଟିଏଫ । ଜବତ ବ୍ରାଉନସୁଗର ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ ହେବ । ଗତକାଲି ରାତିରେ ବାଲେଶ୍ୱରରୁ ୩ ଜଣ ବେପାରୀ ବ୍ରାଉନସୁଗର ନେଇ ଭୁବନେଶ୍ୱର ଆସୁଥିବା ଖବର ପାଇଥିଲା ଏସଟିଏଫ ଟିମ । ଆଉ ଖଣ୍ଡଗିରି ତମାଣ୍ଡ ଅଞ୍ଚଳରେ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗିରଫ ଅଭିଯୁକ୍ତି ହେଲେ ଜଙ୍କିଆର ଅଜୟ ମହାପାତ୍ର ଓ ବିଭୂତି ଭୂଷଣ । ଡେଫରାର ଆସାମୀ ଜଙ୍କିଆର ବାପି ମଙ୍ଗରାଜ । ତେବେ ଏମାନେ ପଶ୍ଛିମବଙ୍ଗୋରୁ ଧଳାଜହର ଆଣି ରାଜ୍ୟରେ ବିଭିନ୍ନ ଯାଗାରେ ବ୍ରିକି କରୁଥିଲେ । ଦୁଇ ଅପରାଧୀଙ୍କୁ ଏସଟିଏଫ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିବ । ତେବେ ଏମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ଏସଟିଏଫ ।