ପୁରୀ / ଜୟନ୍ତ କୁମାର ସେଠି : ଜବତ ହେଲା ବ୍ରଉନ ସୁଗାର । ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାରସ୍ଥିତ ଯାତ୍ରୀ ନିବାସ ନିକଟ ମୁଖ୍ୟ ରାସ୍ତାରେ ଚଢ଼ାଉ ଚଢାଉ କରାଯାଇଛି । ନିଶା କାରବାର କରୁଥିବା ବେଳେ ଧରିଲା ଅବକାରିବିଭାଗ । ଅଜୟ ନାଏକ , ବୟସ -୪୫ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ନିଶା ଚୋରା ଚାଲାଣ କରୁଥିବାରୁ ଧରିଛି ପୋଲିସ । ବ୍ୟବହୃତ ହୋଇଥିବା ହୋଣ୍ଡା ଡିଓ ସହିତ ୧୦୦ ଗ୍ରାମର ବ୍ରଉନ ସୁଭାର ମଧ୍ୟ ଜବତ କରିଛି ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗରର ମୁଲ୍ୟ ୧୦ ଲକ୍ଷ ହେବବୋଲି କୁହାଯାଛି । ଏହି ଚଢ଼ାଉରେ ଅବକାରୀ ଇଝଓ-ଶ୍ରୀ ଲୋକନାଥ ପାତ୍ର, ବିଶ୍ୱଜିତ ମହାପାତ୍ର, ପ୍ରବୀଣ ବିରାଜ କିରୋ, ସ୍ଵାଗତିକା ଘଡେଇ,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।