ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଏହି ବେଆଇନ ବ୍ରାଉନସୁଗାର କାରବାର ଖୋର୍ଦ୍ଧା ବସଷ୍ଟାଣ୍ଡ ରେ ଅଞ୍ଚଳରେ ହୋଇଥିବାର ସୂଚନା ପାଇଥିଲା ଏସଟିଏଫ । ପରେ ଏସଟିଏଫ ଟିମ ଦ୍ୱାରା ଚଢାଉ କରାଯାଇ ଥିଲା । ଏହି ଚାଲାଣରେ ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ସାଇୟାଜ, କମୁରୁଦ୍ଦିନ, ସୌରଭ ପଟ୍ଟନାୟକ । ୨୦୨୦ ରୁ ଏସ୍ଟିଏଫ ଦ୍ୱାରା ୩୬ କେଜି ବ୍ରାଉନସୁଗାର ସହ ୭୪ କୁଇଣ୍ଟାଲ ଗଞ୍ଜେଇ ଜବତ ସହିତ ୧୦୦ ଜଣ ନିଶା ବେପାରିଙ୍କୁ ଗିରଫ କରାଯାଇଛି ।