ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କଲେ ସ୍ଥାନୀୟ ଲୋକେ,ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କଲେ ସ୍ଥାନୀୟ ଲୋକେ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନସୁଗାର ବେପାର କରି ଆସୁଥିବା

(ବାଲେଶ୍ଵର) : ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କଲେ ସ୍ଥାନୀୟ ଲୋକେ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନସୁଗାର ବେପାର କରି ଆସୁଥିବା ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଲୋକେ କାବୁ କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କ କବଳରୁ ବ୍ରାଉନ ସୁଗାର ବେପାରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ତା ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ପୋଲିସ ଜବତ କରିଛି ।

ସୂଚନାନୁଯାୟୀ , ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ ବଇତପଡା ଗାଁରେ ବ୍ରାଉନ ସୁଗାର ବେପାର କରୁଥିବା ଜଣେ ବେପାରୀଙ୍କୁ ଲୋକମାନେ ଆଜି ଅଟକ ରଖିଥିଲେ । ଖବର ପାଇଁ ଅମର୍ଦ୍ଦା ଫାଣ୍ଡି ଅଧିକାରୀ ପହଞ୍ଚି ବ୍ରାଉନ ସୁଗାର ବେପାରୀକୁ ଗିରଫ କରି ଥାନାକୁ ଆଣିଥିଲେ । ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି ।୧୮୦ ଗ୍ରାମ ବ୍ରାଉନ ସୁଗାର ସହ ଏକ କେଟିଏମ ବାଇକ ଜବତ କରିଛି ପୋଲିସ ।