ପାଟ୍ରୋଲିଂ ବେଳେ ମିଳିଲା ୪୦ଗ୍ରାମ ବ୍ରାଉନସୁଗାର : ଜଣେ ଗିରଫ

ପୁରୀ : କାକଟପୁର ଥାନାର ବଡ ସଫଳତା । ୪୦ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ । ପୁରୀ ଜିଲ୍ଲା କାକଟପୁର ଥାନା ପୁଲିସର ପାଟ୍ରୋଲିଂ ବେଳେ ନିକଟସ୍ଥ ବଲରା ବ୍ରିଜ ନକଟରେ ଜଣେ ବ୍ୟକ୍ତିଙ୍କ ସ୍କୁଟି ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କାକଟପୁର ପୋଲିସ । ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଏହି ବ୍ୟକ୍ତି ଜଣକ କାକଟପୁର ଥାନା ଔପଦା ଗ୍ରାମର ଶଙ୍କର ଦାଶ । ବ୍ରାଉନ ସୁଗାର ସହ ପୁଲିସ ଏକ ମୋବାଇଲ ଓ ସ୍କୁଟି ଗାଡି ଜବତ କରି ତାଙ୍କ କୋର୍ଟ ଚାଲାଣ କରିଛି । ଶଙ୍କରର ମୋବାଇଲ ଯାଞ୍ଚ ବେଳେ ତାର ଜଗତସିଂହପୁର ଓ କଟକ ଜିଲ୍ଲାର ବ୍ରାଉନସୁଗାର ବ୍ୟବସାୟୀଙ୍କ ସହ ସଂପର୍କ ଥିବା ଜଣାପଡିଛି ।