ଦ୍ୱିତୀୟ ଦିନରେ ସବୁ ରେକର୍ଡ ଭାଙ୍ଗିଲେ ସହକାରୀ ଯନ୍ତ୍ରୀ

ବାରିପଦା: ଗତକାଲି ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ହୋଇଥିଲା ଭିଜିଲାନ୍ସ ଚଢାଉ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ରେଡ୍ । ଚଢାଉ ବେଳେ ନଗଦ ୪୧.୭୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବିଗତ ସବୁ ରେଡ୍ରେ ଜବତ ହୋଇଥିବା ନଗଦ ଟଙ୍କା ତାଲିକାରେ ସନ୍ତୋଷ ରହିଛନ୍ତି ସମସ୍ତଙ୍କ ଆଗରେ । ତାଙ୍କ ପଛକୁ ଅଛନ୍ତି OPHWC ପ୍ରତାପ ସାମଲ । ତାଙ୍କ ପାଖରୁ ନଗଦ ୩୮ଲକ୍ଷ ଟଙ୍କା ଜବତ କରାଯାଇଥିଲା ।
ବିଳମ୍ବିତ ରାତିରେ ରେଡ ବେଳେ ବାଲେଶ୍ୱର ସ୍ଥିତ ଘରୁ ୨୮ଲକ୍ଷ ୧୭୮୦୦ ନଗଦ ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ ହୋଇଛି । ପୂର୍ବରୁ ୧୩.୬ ଲକ୍ଷ ଟଙ୍କା ଜବତ ହୋଇଥିଲା । ଭୁବନେଶ୍ୱର ଓ ବରଗଡରେ ଥିବା ୪ ମହଲା କୋଠାର ମୂଲ୍ୟ ୫୬ ଲକ୍ଷରୁ ଅଧିକ ଟଙ୍କା ହେବ । ବାଲେଶ୍ୱରରେ ରହିଛି ୪ମହଲା କୋଠା ଏବଂ ୩ଟି ପ୍ଲଟ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ, କଳିଙ୍ଗବିହାରରେ ଘର । ଗୋଟିଏ କାର, ୪ଟି ବାଇକ ଜବତ ହୋଇଛି । ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରି ବେଳେ ବହୁୁ ଦୁର୍ନୀତିରେ ସଂପୃକ୍ତ ଥିବା ଅଭଯୋଗ ହୋଇଥିଲା ।