ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ । ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ । ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ଭିତରେ ଶାଖା କାର୍ଯ୍ୟାଳୟ ନିକଟସ୍ଥ ଏକ ଶୀତତାପ ନିୟନ୍ତ୍ରିତ ଗୃହରେ ଏକକାଳୀନ ୪ ଜଣ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ । ଦୁଇ ଜଣ ଲେଖାଏଁ ମହିଳା ଜେଟିପିଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି ।

ସମ୍ପୃକ୍ତ ଗୃହର ଗୋପନୀୟତା, ପରିମଳ ଓ ମା’ ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ରଖିବା ପାଇଁ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ୟ ରହିବେ । ତେବେ ଦୀର୍ଘ ଦିନ ଧରି ଏନେଇ ଦାବି ହୋଇ ଆସୁଥିଲା । ମହିଳା ଭକ୍ତଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ୟ୍ୟକାରୀ କରିବାକୁ କିଛିଦିନ ତଳେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢ଼ୀ ।