ସାରା ରାଜ୍ୟରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍

ଭୁବନେଶ୍ୱର:- ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨ ଟି ୱେବ୍ ସାଇଟ୍ ଲଞ୍ଚ ହେଲା।ମହିଳା କମିଶନର ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ରାଜ୍ୟର ପ୍ରଥମ ସେଣ୍ଟର୍ ଭାବେ ଖୋଲାଗଲା ।ସେହିଭଳି ମହିଳା ସମାଜକଲ୍ୟାନ ବୋର୍ଡରେ ସମାଜସେବୀ ଯୋଡ଼ି ହେବା ପାଇଁ ଲୋକକଲ୍ୟାନ ଆପ ଉନ୍ମୋଚନ କରାଗଲା ।ସାରା ରାଜ୍ୟରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଏହି ସେଣ୍ଟର ଖୋଲାଯିବ। ଯେପରିକି ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ସେଣ୍ଟର ଖୋଲାଯିବ। ଏହା ସହ ରେଳ ଷ୍ଟେସନରେ ଜଣେ ମହିଳା ଆଟେନଡାଣ୍ଟ ରହିବେ।ବ୍ରେଷ୍ଟ ଫିଡ଼ିଂ ଦ୍ଵାରା ବ୍ରେଷ୍ଟ କ୍ୟାନ୍ସର, ଟାଇପ ୨ ଡାଇବେଟିସ ଭଳି ରୋଗ ମାକୁ ହେବନି, ଓ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି।ଏହା ସହ ଆଗକୁ ସରକାରୀ ଅଫିସ, ଓ ଅଭିଯୋଗ ଶୁଣାଣୀ ସ୍ଥାନରେ ଏହି ସେଣ୍ଟର ଖୋଲାଯିବ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଯେଉଁ ସପିଙ୍ଗ ମଲ ଗୁଡିକର ମହିଳା ଗ୍ରାହକ ୭୫ ପ୍ରତିଶତରୁ ଅଧିକ ସେମାନେ ମହିଳାଙ୍କ ପାଇଁ ଶୌଚାଳୟ, ଓ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ନିହାତି କରିବା କଥା। ଏହା ନ ହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ। ପିଇବା ପାଇଁ ପାଣି, ଶୌଚାଳୟ,ଓ ବ୍ରେଷ୍ଟ ଫିଡ଼ିଂ ବ୍ୟବସ୍ଥା ନ ହେବେ ଆଗକୁ ତା ପାଇଁ  ବ୍ୟବସ୍ଥା ସରକାର କରିବେ।ନାଲି ଆଖି ନୁହେଁ ସରକାର ସହଯୋଗ ମାଗନ୍ତି। ତେଣୁ ଅନୁରୋଧ କରୁଛୁ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକୁ ନିଜ ଗ୍ରାହକଙ୍କ ପାଇଁ ଛୋଟ କୋଠରୀର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।