ଯାଜପୁର: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଏହାରି ମଧ୍ୟରେ ଯାଜପୁର ଜିଲ୍ଲାରେ ପୁଣି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତର ୨, ୭ ଓ ୮ ନଂ ବୁଥ ଜବରଦଖଲ ଯୋଗୁଁ ଏଠାରେ ନିର୍ଵାଚନକୁ ବାତିଲ କରାଯାଇଛି। ଅନ୍ୟପଟେ ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତର ୧ ନଂ ବୁଥକୁ ଜବରଦଖଲ କରାଯାଇ କେବଳ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରାଯାଇଥିବାର ଅଭିଯୋଗ ହୋଇଛି। ମତଦାତାମାନଙ୍କ ଉପସ୍ଥିତିରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଦଶରଥପୁର ଜୟନ୍ତରା ପଞ୍ଚାୟତର ୧ ନଂ ବୁଥରେ ଏଜେଣ୍ଟଙ୍କୁ ମାଡ଼ ମାରି ତାଙ୍କର ମୁଣ୍ଡ ଫଟାଇବା ସହ ମୋବାଇଲ ଛଡ଼ାଇ ନେଇଛନ୍ତି। ଏହି ବୁଥରେ ଜଣେ ଲୋକ ସବୁ ଭୋଟ ପକାଉଥିବା ଅଭିଯୋଗ ହୋଇଛି।