ବଳଙ୍ଗା ଥାନାରେ ବିସ୍ଫୋରଣ

(ଜୟନ୍ତ କୁମାର ସେଠୀ / ଗୋପ): ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଥାନାର ଛାତ ସମେତ କାନ୍ଥ ଭୁସୁଡି ପଡିଛି ଏବଂ ଭିତରେ ଫସି ରହିଛି ଅନେକ ଗୁରୁତ ପୂର୍ଣ କାଗଜ ପତ୍ର । କାହାରି କିଛି କ୍ଷତିକ୍ଷତି ହୋଇନଥିବା ବେଳେ ଆଖ ପାଖ ଅଞ୍ଚଳ ଧୂଆଁ ମୟ ହୋଇ ଯାଇଥିଲା । ଥାନାରେ ଡ୍ୟୁଟିରେ ଥିବା କର୍ମଚାରୀ ଅଳ୍ପକେ ବର୍ତିଯାଇଥିିବା ବେଳେ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ । ସୂଚନା ଥାଉକି ଗତକାଲି ପ୍ରାୟ ରାତି ୧ଟାରେ ଏଭଳି ଅଘଟଣ ଘଟିଥିବା ବେଳେ ଥାନା ଭିତରେ ଜବତ ହୋଇ ରହିଥିବା ଚୋରା ବ୍ୟାଟେରୀ ଓ ବାଣରୁ ଏହି ବିସ୍ପୋରଣ ଘଟିଥାଏ ବୋଲି ଅନୁମାନ କରାଯାଉଛି । ତେବେ ପୁରୀ ଏସପି କେ ଵିଶାଲ ସିଂ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ତଦନ୍ତ ପରେ ବିସ୍ଫୋରଣର କାରଣ ଜଣାପଡି ବୋଲି କହିଛନ୍ତି ପୁରୀ ଏସପି ।