ଚର୍ଚ୍ଚାରେ ବଲିଉଡ ଷ୍ଟାରଙ୍କ ଫ୍ରେଣ୍ଡସିପ

ବ୍ୟୁରୋ : ବଲିଉଡଷ୍ଟାର, ଏମାନେ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ଥାଆନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ବିବାଦ ମଧ୍ୟ ସେମାନଙ୍କୁ ଚର୍ଚ୍ଚାକୁ ଟାଣି ଆଣିଥାଏ । ତେବେ ଆଜି ଏଭଳି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ମଧ୍ୟରେ କେବେ ବି ବିବାଦ ହୋଇନି । ସେମାନଙ୍କ ଫ୍ରେଣ୍ଡସିପ୍ ବା ଦୋସ୍ତିକୁ ନେଇ ସେମାନେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ସୋନମ କପୁର ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଦେସ୍ତିକୁ ନେଇ ବଲିଉଡରେ ସବୁ ବେଳେ ଚର୍ଚ୍ଚା ଲାଗିରହିଥାଏ । ଫିଲ୍ମ ପ୍ରେମ ରତନ ଧନ ପାୟୋ ସମୟରେ ସୋନମ ଅସୁସ୍ଥ ହୋଇ ମେଡିକାଲରେ ଥିବା ବେଳେ ତାଙ୍କୁ ଭେଟିବା ପାଇଁ ଜ୍ୟାକଲିନ୍ ପହଞ୍ଚିଥିଲେ ।

ସେହିପରି କରୀନା କପୁର ଓ ଅମୃତା ଅରୋରାଙ୍କ ଫ୍ରେଣ୍ଡସିପକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ । ପରିଣିତି ଚୋପ୍ରା ଓ ଶ୍ରଦ୍ଧା କପୁର ମଧ୍ୟ ଉଭୟ ଉଭୟଙ୍କର ଭଲ ବନ୍ଧୁ । ଅନେକ ସମୟରେ ଉଭୟଙ୍କୁ ବାହାରେ ଏକାଠି ଦେଖିବାକୁ ମିଳିଥାଏ । ଆଲିୟା ଭଟ୍ଟ ଓ ପରିଣତି ମଧ୍ୟ ପରସ୍ପରର ଭଲ ବନ୍ଧୁ । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ସୋନାଲି ବେନ୍ଦ୍ରେ ଓ ଗାୟତ୍ରୀ ଜୋଶୀ ମଧ୍ୟ ଭଲ ବନ୍ଧୁ ।

କେବଳ ଅଭିନେତ୍ରୀମାନେ ନୁହନ୍ତି ବଲିଉଡର ଅନେକ ଷ୍ଟାର କିଡ୍ସ ପରସ୍ପରର ଭଲ ବନ୍ଧୁ ହୋଇପାରିଛନ୍ତି । ଅନେକ ଷ୍ଟାର କିଡ୍‌ସଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି । ଅନନ୍ୟ ପାଣ୍ଡେ, ସନାୟା କପୁର ଓ ସୁହାନା ଖାନ୍ ପରସ୍ପରର ଭଲ ବନ୍ଧୁ । ତିନି ଜଣଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥାଏ । ଏବଂ ଏମାନଙ୍କ ମଧ୍ୟରେ ଥିବା ଫ୍ରେଣ୍ଡସିପ୍ ମଧ୍ୟ ବାହାରକୁ ଦେଖାଯାଇଥାଏ । କେବଳ ଏତିକି ନୁହେଁ ବଲିଉଡର ପପୁଲାର ଶାହାରୁଖ ଓ କାଜଲଙ୍କ ଯୋଡିକୁ ନେଇ ଫିଲ୍ମରେ ଯେତିକି ଚର୍ଚ୍ଚା, ବାହାରେ ବି ସେତିକି ଚର୍ଚ୍ଚା । କୁଛ କୁଛ ହୋତା ହେ ଫିଲ୍ମରେ ଏମାନଙ୍କ ଦୋସ୍ତି ସମସ୍ତଙ୍କ ମନକୁ ଛୁଇଁଥିଲା । ତେବେ ପରଦା ବାହାରେ ବି ଏମାନଙ୍କ ଫ୍ରେଣ୍ଡ ବେଶ୍ ମଜବୁତ୍ ।