ମୁମ୍ବାଇ-: କାନ୍ସର ଶେଷ ଦିନରେ ମନମୋହିଲେ ବଲିଉଡ୍ କୁଇନ୍ ଆଲିଆ ଭଟ୍ଟ । କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ କପୁର ପରିବାରର ବୋହୂ ଆଲିଆ ଭଟ୍ଟ ଏକ କ୍ରିଷ୍ଟାଲ ନେଟ୍ ଶାଢୀରେ ନଜର ଆସିଥିଲେ । କାରଣ ଏହି ଶାଢୀ ଲୁକ୍ ସହ ଆଲିଆ କିଛି ଐତିହାସିକ ମୂହୂର୍ତ୍ତର ମଧ୍ୟ ସାଖୀ ବନିଛନ୍ତି ।
କାନ୍ସ ୨୦୨୫ ରେଡ କାର୍ପେଟରେ ଆଲିଆ ଭଟ୍ଟଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରିଥିଲେ। କିନ୍ତୁ କେହି ଆଶା କରିନଥିଲେ ଯେ ସେ ଏପରି ଶୈଳୀରେ ଦେଖାଯିବେ। ପ୍ରଥମେ ଏଣ୍ଟ୍ରିରେ ଏକ ଗାଉନ ସହ ସଟଲ୍ ଲୁକରେ ନଜର ଆସିଥିବା ଆଲିଆଙ୍କୁ ଏତେ ପସନ୍ଦ କରିନଥିଲେ ଦର୍ଶକ । ହେଲେ ଗାଉନରୁ ଆରମ୍ଭ ହୋଇଥିବା ଲୁକ୍ ନେଟ୍ ଶାଢ଼ି ସହିତ ଶେଷ ହୋଇଥିଲା । ଆଉ ଶେଷ ଦିନର ଆଲିଆଙ୍କ ଲୁକ୍ ସମସ୍ତଙ୍କୁ ଚକିତ କରିଥିଲା । ଦ୍ୱିତୀୟ ଲୁକ୍ ରେ ସେ ଲୋକଙ୍କ ହୃଦୟ ଜିତିଥିଲେ । ଯେଉଁଥିରେ ଆଲିଆ ଭଟ୍ଟ ପିନ୍ଧିଥିବା ସିକ୍ୱିନ୍ ଶାଢ଼ି ବହୁତ ସ୍ୱତନ୍ତ୍ର ଥିଲା । କାରଣ ଏହା ଗୁଚି ବ୍ରାଣ୍ଡ ଦ୍ବାରା ପ୍ରସ୍ତୁତ ପ୍ରଥମ ଶାଢୀ ଥିଲା । ଅଭିନେତ୍ରୀଙ୍କ ଶାଢ଼ୀରେ ସ୍ୱରୋଭସ୍କି ସ୍ଫଟିକ ଖଚିତ ହୋଇଥିଲା। କ୍ରିଷ୍ଟାଲ୍ ନେଟ୍ ଶାଢ଼ି ତଳେ ଏକ ଚର୍ମ ରଙ୍ଗର କପଡ଼ା ରହିଥିଲା ।
ତେବେ ଆଲିଆ ଭଟ୍ଟ ହେଉଛନ୍ତି ଗୁଚିର ପ୍ରଥମ ମହିଳା ବ୍ରାଣ୍ଡ ଆମ୍ବାସାଡର। ଆଉ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ଏହି ବ୍ରାଣ୍ଡର ପ୍ରଥମ ଶାଢ଼ି ପିନ୍ଧି ଦେଖା ଦେଇଥିଲେ। ଆଲିଆ ତାଙ୍କ ଲୁକକୁ ସମ୍ପୂର୍ଣ୍ଣ କରିବା ପାଇଁ ଏକ ମ୍ୟାଚ୍ ହୋଇଥିବା ହୀରା ହାର ପିନ୍ଧିଥିଲା । ଲେୟର ହାର ଏବଂ କାନଫୁଲ ପିନ୍ଧି ତାଙ୍କର ଲୁକକୁ କ୍ଲାସି କରିଥିଲେ। ଆଲିଆଙ୍କ ଏହି ଲୁକ୍ ରିୟା କପୂର ଷ୍ଟାଇଲ୍ କରିଛନ୍ତି । ତାଙ୍କର ଏହି ଲୁକକୁ ଏବେ ସୋସିଆଲ ମିଡିଆରେ ଭାରି ପ୍ରଶଂସା କରାଯାଉଛି । ଆହୁରି ବିଶେଷ କଥା ହେଉଛି ଯେ ସେ ଗୁଚିର ପ୍ରଥମ ଶାଢ଼ି ପିନ୍ଧି ଇତିହାସ ସୃଷ୍ଟି କରିଛନ୍ତି ।