ଟାଙ୍ଗୀ/ ରାକେଶ କୁମାର ଜଗଦେବ : କୁହୁଡି ହେଲା କାଳ । ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବୋଲେରୋ । ବୋଲେରୋ ଓଲଟି ୮ ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ଚିଲିକା ଅଗ୍ନିଶମ ବାହିନୀ । ଅଗ୍ନିଶମ ବାହିନୀ ର ଯବାନ ମାନେଙ୍କ ଉଦ୍ଧାର କାର୍ଯ୍ୟ ଯାରି । ଗୁରୁତର ମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସମସ୍ତ ଆଶା କର୍ମୀ କୋରାପୁଟରୁ ବୁଲା ବୁଲି ସାରି ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ହରିଦାସପୁର ପୁର ଆଞ୍ଚଳରେ ବୋଲି ସୂଚନା ମିଳିଛି । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତଙ୍କର କ୍ଷତ ସ୍ଥାନକୁ ଷ୍ଟିକ କରାଯିବା ସହ ଆବଶ୍ୟକ ତ୍ୱରିତ ଚିକିତ୍ସା ଯୋଗାଇ ଦିଆଯାଇଛି । ପରେ ଗୁରୁତର ସମସ୍ତ ଆଶାକର୍ମୀ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।