ପୁରୀ ଧୋବାଖାଲ ସମୁଦ୍ର କୂଳରୁ ଜଣେ ଯୁବକଙ୍କ ଶରୀର ଉଦ୍ଧାର

ପୁରୀ ଧୋବାଖାଲ ସମୁଦ୍ର କୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକ ଜଣଙ୍କ ପୁରୀ ବଡ଼ଶଙ୍ଖ ବାଲି ଉପର ସାହିର ହୋଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ଦେହ ଏବଂ ମୁହଁ ର ଅନେକ ସ୍ଥାନରେ ଲାଗିଛି ଗଭୀର ଆଘାତ । ମୁହଁରେ ଗଭୀର କ୍ଷତ ହୋଇଥିବାରୁ ସ୍ପଷ୍ଟ ଭାବରେ ଜଣା ପଡୁନାହିଁ ଯୁବକଙ୍କ ପରିଚୟ । ଘଟଣାରେ ୨ ଯୁବକଙ୍କୁ ଅଟକ ରଖିଛି ପେଣ୍ଠକଟା ମେରାଇନ ପୋଲିସ । ଯୁବକଙ୍କ ମୃତଦେହ କୁ ପୁରୀ ସଦର ମୁଖ୍ୟ ଚିକତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଗତକାଲି ବିଳମ୍ବିତ ରାତ୍ରୀ ପ୍ରାୟ ୩ ଟା ବେଳେ ଘଟଣା ଘଟିଥିବା ନେଇ ପ୍ରାଥମିକ ସୂଚନାରୁ ଜଣାପଡ଼ିଛି  ।