କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସର କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଗ୍ରାମ୍ୟ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସର କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଗଁଦିଆ ଥାନା ଅନ୍ତର୍ଗତ ଗଁଦିଆ ପାଟଣା ସାହିର ଦୀପକ ସାହୁ । କାଲି ରାତି ଠାରୁ ସେ ନିଖୋଜ ଥିବାବେଳେ । ଆଜି ସକାଳେ ତାଙ୍କ ମୋବାଇଲ ଗ୍ରାମ୍ୟ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସର କୂଅ ପାଖରେ ମିଳିଥିଲା । ଘର ଲୋକ ଦୀପକଙ୍କୁ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ପାଇ ନଥିଲେ । ପରେ ତାଙ୍କର ମୃତ ଦେହ କୂଅରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଅଗ୍ନିଶମ ବିଭାଗଙ୍କୁ ଖବର ଦେବା ପରେ ଦୀପକଙ୍କୁ ଉଦ୍ଧାର କରାଯାଇ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆ ଯାଇଛି । ତେବେ ଦୀପକ କେଉଁ ଅବସ୍ଥାରେ କୂଅ ଭିତରେ ପଡିଲେ ତାକୁ ନେଇ ସନ୍ଦେହ ଉପୁଜିଛି ।