ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାରେ ଉଦ୍ଧାର ହୋଇଛି ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ । ଗଞ୍ଜାମ କବିସୂର୍ୟ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ. ମହେନ୍ଦ୍ର ରେଡ଼ିଙ୍କ ଘରୁ ପତ୍ନୀ ରଙ୍ଗବତୀ ରେଡିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ପୂର୍ବରୁ ମହେନ୍ଦ୍ର ରଙ୍ଗବତୀଙ୍କୁ ମାରପିଟ କରି ନିଜ ଗ୍ରାମ ଝଡବାଇକୁ ଫେରିଯିବା ପାଇଁ ବାଧ୍ୟ କରୁଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ମଧ୍ୟ ମହେନ୍ଦ୍ର ରଙ୍ଗବତୀଙ୍କୁ ମାରପିଟ କରିଥିବା ପରିବାର ଲୋକଙ୍କୁ ରଙ୍ଗବତୀ କହିଥିଲେ । ତେବେ ଆଜି ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ତାଙ୍କୁ ସ୍ୱାମୀ ମହେନ୍ଦ୍ର ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ମହେନ୍ଦ୍ରଙ୍କ ବିରୁଦ୍ଧରେ ରଙ୍ଗବତୀଙ୍କ ପରିବାର ବର୍ଗ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି କବିସୂର୍ୟ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।